ସିସୋର ଠକେଇ: ଦୁଇ ଆଇପିଏସ୍‌ଙ୍କୁ ସିବିଆଇ ସମନ୍‌

Advertisment
ସିସୋର ଠକେଇ: ଦୁଇ ଆଇପିଏସ୍‌ଙ୍କୁ ସିବିଆଇ ସମନ୍‌

ଭୁବନେଶ୍ୱର: ସିସୋର ଠକେଇ ମାମଲାରେ ସିବିଆଇ ଦୁଇ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ସମନ୍‌ କରିଛି। ଯଥାଶୀଘ୍ର ସମ୍ଭବ ସେମାନେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ସିସୋର ସଂସ୍ଥା ସହିତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ସୁ-ସମ୍ପର୍କ ଥିବା ଅଭିଯୋଗରେ ସେମାନଙ୍କୁ ନୋଟିସ ହୋଇଛି। ତେବେ ସିବିଆଇ ଅଧିକାରୀମାନେ ଏମାନଙ୍କ ନାମ ପ୍ରକାଶ କରୁନାହାନ୍ତି। କିନ୍ତୁ ଉଭୟ ଅଧିକାରୀଙ୍କୁ ସିବିଆଇ ପୂର୍ବରୁ ମଧ୍ୟ ଜେରା କରିଥିବା ଖବର ମିଳିଛି। ଶୁଭଙ୍କର ଡାଏରୀରେ ସେମାନଙ୍କ ନାଁ ଥିଲା।
ଉଲ୍ଲେଖଥାଉକି, ସିସୋର ଠକେଇ ମାମଲାରେ ସିବିଆଇ ପୁଣି ଥରେ ତନାଘନା ଆରମ୍ଭ କରିଛି। ପୂର୍ବରୁ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ଓ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସଂଗ୍ରାମ କେଶରୀ ରାୟ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିଲେ। ପର୍ଯ୍ୟଟନ ବିଭାଗ ସହିତ ସିସୋରର ସମ୍ପର୍କ ନେଇ ଆଇଏଏସ୍‌ ଅଧିକାରୀ ପରାଗ ଗୁପ୍ତା ଓ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସଂଗ୍ରାମ କେଶରୀ ରାୟଙ୍କୁ ହାଜର ହେବାକୁ ସିବିଆଇ ସମନ୍‌ କରିଥିଲା। ତେବେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଶ୍ରୀ ରାୟ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ। କିନ୍ତୁ ଆଇଏଏସ୍‌ ପରାଗ ଗୁପ୍ତା ଏଯାଏ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe