ସିବିଆଇ ଅଧିକାରୀଙ୍କୁ ଜେରା କରିବ ପୁଲିସ

ବିଚାରପତିଙ୍କ ଘରେ ପଶିବା ଉଦ୍ୟମ ଘଟଣା

ବ୍ୟାପମ୍‌ ଦୁର୍ନୀତି: ୫୯୨ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ

କଟକ : ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସି.ଆର୍‌.ଦାଶଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରିଥିବା ସିବିଆଇ ଅଧିକାରୀଙ୍କୁ ଜେରା କରିବ କମିସନରେଟ୍‌ ପୁଲିସ । କ୍ୟାଣ୍ଟନମେଣ୍ଟ ଥାନାର ଅଧିକାରୀ ଭୁବନେଶ୍ୱରରେ ୫ ସିବିଆଇ ଅଧିକାରୀ ଏବଂ ଦୁଇ ଜଣ ସାକ୍ଷୀଙ୍କୁ ଘଟଣା ସମ୍ପର୍କରେ ଜେରା କରିବେ । ଅନ୍ୟପକ୍ଷରେ ସମ୍ପୃକ୍ତ ଅଫିସରଙ୍କୁ କ୍ୟାଣ୍ଟନମେଣ୍ଟ ଥାନାକୁ ଡକାଇ ଜେରା କରାଯିବାର ମଧ୍ୟ ଯୋଜନା ରହିଛି ବୋଲି ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି ।

ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୯ ତାରିଖ ରାତି ପ୍ରାୟ ସାଢେ ବାରଟା ପାଖାପାଖି ସମୟରେ ଇନ୍‌ସପେକ୍ଟର ପି.କେ. ମିଶ୍ରଙ୍କ ନେତୃତ୍ୱରେ ଆସିଥିବା ସିବିଆଇ ଅଧିକାରୀଙ୍କ ଦଳ ଜଷ୍ଟିସ୍‌ ସି.ଆର୍‌. ଦାସଙ୍କ ବାସଭବନ ଗେଟ୍‌ରେ ଡ୍ୟୁଟି କରୁଥିବା ହୋମ୍‌ଗାର୍ଡଙ୍କୁ ଜଷ୍ଟିସ୍‌ ଆଇ.ଏମ୍‌. କୁଦ୍ଦୁସିଙ୍କ କ୍ୱାର୍ଟର ସମ୍ପର୍କରେ ପଚାରିଥିଲେ । କିନ୍ତୁ ହୋମ୍‌ଗାର୍ଡ ମନା କରିବାରୁ ସେମାନେ କ୍ୟାଣ୍ଟନ୍‌ମେଣ୍ଟ ଥାନାକୁ ଯାଇଥିଲେ। ପରେ ଏହି ଘଟଣାକୁ କେନ୍ଦ୍ର କରି କ୍ୟାଣ୍ଟନ୍‌ମେଣ୍ଟ ଥାନାରେ ସିବିଆଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe