ଦିଲ୍ଲୀ ଓ ଗାଜିଆବାଦରେ ସିବିଆଇ ଚଢ଼ଉ

Advertisment

ଆୟକର ବିଭାଗ ପୂର୍ବତନ ଉପ ନିର୍ଦେଶକଙ୍କ ନାଁରେ ମାମଲା

ଆୟକର ବିଭାଗ ପୂର୍ବତନ ଉପ ନିର୍ଦେଶକଙ୍କ ନାଁରେ ମାମଲା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ୱର : ଓଡ଼ିଶାର କିଛି ବ୍ୟବସାୟୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରି ମାମଲାରେ ଛନ୍ଦି ଦେଇଥିବା ଅଭିଯୋଗରେ ଆୟକର ବିଭାଗର ପୂର୍ବତନ ଉପ ନିର୍ଦେଶକ ନାଁରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏ ନେଇ ସିବିଆଇ ପକ୍ଷରୁ ସଂପୃକ୍ତ ଉପ-ନିର୍ଦେଶକଙ୍କ ନୂଆଦିଲ୍ଲୀ ଘର ଓ ଉତ୍ତରପ୍ରଦେଶର ଗାଜିଆବାଦରେ ସିବିଆଇ ଚଢ଼ଉ କରିଛି। ଚଢ଼ଉବେଳେ ସିବିଆଇ କେତେକ ଗୁରୁତ୍ୱପୂର୍ଣ କାଗଜପତ୍ର, କମ୍ପ୍ୟୁଟର ଆଦି ସାମଗ୍ରୀ ଜବତ କରିଛି।

ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ବର୍ଷ ତଳେ ଆୟକର ବିଭାଗ ତଦନ୍ତକାରୀ ସେଲ୍‌ ପକ୍ଷରୁ କଟକ ଓ ଭୁବନେଶ୍ୱରର କେତେକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ବ୍ୟବସାୟୀମାନଙ୍କ କମ୍ପ୍ୟୁଟର ଆଦି ଜବତ କରିଥିଲା। ପରବର୍ତୀ ସମୟରେ ସେହି କମ୍ପ୍ୟୁଟରଗୁଡିକୁ ଟ୍ୟାମ୍ପରିଂ କରାଯାଇ ସେମାନଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ମାମଲା ରୁଜୁ କରାଯାଇଥିବା ନେଇ ବ୍ୟବସାୟୀମାନେ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe