ହାଲରେ ସିବିଆଇ ଚଢ଼ାଉ

Advertisment
ବେଆଇନ ଅର୍ଥ ନେଣଦେଣ ମାମଲା: କମଳନାଥଙ୍କ ବିରୋଧରେ ଖୁବ୍‌ ଶୀଘ୍ର ସିବିଆ‌ଇ ତଦନ୍ତ ହେବ

କୋରାପୁଟ : ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମଟେଡ(ହାଲ) ମହାଦୁର୍ନୀତି ଘଟଣାରେ ସାନି ଅଭିଯୋଗ ହେବା ପରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ସିବିଆଇ। ଆଜି ସିବିଆଇର ଏକ ଉଚ୍ଚସ୍ତରୀୟ ଟିମ ହାଲରେ ଚଢ଼ାଉ କରିବା ସହ ଅଭିଯୁକ୍ତଙ୍କ ଘରେ ମଧ୍ୟ ଚଢାଉ କରିଛି। ତେବେ ଏଥିରୁ କ’ଣ ମିଳିଛି ତାହା ସ୍ପଷ୍ଟ କରିନି ସିବିଆଇ।

ହାଲରେ ୧୩ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ହାଲ କର୍ତ୍ତୃପକ୍ଷ ଲିଖିତ ଭାବେ ସିବିଆଇକୁ ଜଣାଇବା ପରେ ଗତକାଲି ଆଉ ୫ଟି ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ କରିବା ପାଇଁ ଆଜି ସିବିଆଇର ଏକ ସ୍ବତନ୍ତ୍ର ଟିମ ସୁନାବେଡା ହାଲରେ ପହଞ୍ଚିଛନ୍ତି। ସେମାନେ ହାଲର ଅର୍ଥ ବିଭାଗକୁ ଯାଇ କାଗଜପତ୍ର ଯାଂଚ କରିଥିଲେ। ବହୁ ଜରୁରୀ କାଗଜପତ୍ର ମଧ୍ୟ ଜବତ କରିଥିବା ଜଣାପଡିଛି। ଏହା ସହିତ କିଛି ଅଭିଯୁକ୍ତଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିବା ସୂଚନା ମିଳିଛି। କିନ୍ତୁ ସିବିଆଇ ପକ୍ଷରୁ ଏଥିନେଇ କିଛି ସୂଚନା ଦିଆଯାଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe