ଏମ୍‌ସିଏଲ୍‌ରେ ସିବିଆଇ ଚଢଉ, ସହକାରୀ ଆର୍‌ଆଇ, ପ୍ରବନ୍ଧକ ଗିରଫ

Advertisment
ଏମ୍‌ସିଏଲ୍‌ରେ ସିବିଆଇ ଚଢଉ, ସହକାରୀ ଆର୍‌ଆଇ, ପ୍ରବନ୍ଧକ ଗିରଫ

NewsHunt

ଅନୁଗୁଳ : ଲାଞ୍ଚ ନେଉଥିଲାବେଳେ ଜଣେ ସହକାରୀ ଆର୍‌ଆଇ ଓ ଏମ୍‌ସିଏଲ୍‌ର ଖଣି ପ୍ରବନ୍ଧକଙ୍କୁ ଧରିଛି ସିବିଆଇ। ସେମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସୂଚନା ଅନୁସାରେ, ମହାନଦୀ କୋଲଫିଲ୍‌ଡ ଲିମିଟେଡ(ଏମ୍‌ସିଏଲ୍‌) ତାଳଚେର ହିଙ୍ଗୁଳା ଏରିଆର ସହକାରୀ ଆର୍‌ଆଇ ଲୋକନାଥ ନାୟକ ଓ ଖଣି ପ୍ରବନ୍ଧକ ରବୀନ୍ଦ୍ର କୁମାର ପାଢୀ ଜଣେ ଲୋକଙ୍କ ପାଖରୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏମ୍‌ସିଏଲ୍‌ ଜମି ଅଧିଗ୍ରହଣ ବାବଦରେ ୫ ଲକ୍ଷ ୭୮ ହଜାର ଟଙ୍କା କ୍ଷତିପୂରଣ ମଂଜୁରୀ ଦେବା ପାଇଁ ଅଧିକାରୀମାନେ ଏହି ଟଙ୍କା ଲାଞ୍ଚ ଆକାରରେ ମାଗିଥିଲେ। ପ୍ରଥମେ ୭୦ ହଜାର ଟଙ୍କା ଦେଲେ କ୍ଷତିପୂରଣ ଟଙ୍କା ମଂଜୁରୀ ଦିଆଯିବ ଓ ପରେ ଆଉ ୩୦ ହଜାର ଟଙ୍କା ଦେବାକୁ ଏହି ଦୁଇ ଅଧିକାରୀ କହିଥିଲେ। କିନ୍ତୁ ପରେ ସମୁଦାୟ ୭୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ଏହାର ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ଏହି ଦୁଇ ଅଧିକାରୀ ସିବିଆଇ ହାବୁଡ଼ରେ ପଡିଛନ୍ତି। ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି ସିବିଆଇ। ପରେ ସେମାନଙ୍କ କାର୍ଯ୍ୟାଳୟ ଓ ଘରେ ଚଢାଉ କରାଯାଇଥିଲା। ସେଠାରୁ ବହୁ କାଗଜପତ୍ର ଜବତ କରାଯାଇଥିବା ସିବିଆଇ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe