ଲକ୍ଷେ ୪୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ଡାକ ବିଭାଗର ସହକାରୀ ଯନ୍ତ୍ରୀ

ଲକ୍ଷେ ୪୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ଡାକ ବିଭାଗର ସହକାରୀ ଯନ୍ତ୍ରୀ

IndiaTv

ସମ୍ବଲପୁର: ଠିକାଦାରଙ୍କଠାରୁ ୧ଲକ୍ଷ ୪୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ସବିଆଇ ହାତ‌ରେ ଧରାପଡ଼ିଲେ ସମ୍ବଲପୁର ପିଏମଜି ଅଫିସରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଶିବାଶିଷ ପାଲ। ତାଙ୍କୁ ଗିରଫ କରିଛି ଭୁବନେଶ୍ବର ସିବିଆଇ ଟିମ୍।

ସୂଚନା ଅନୁଯାୟୀ, ଆଜି ସକାଳେ ୩ଟି ଗାଡ଼ିରେ ଆସିଥିବା ସିବିଆଇ ଟିମ୍ ପିଏମଜି ଅଫିସରେ ପହଞ୍ଚିଥିଲେ। ସେହି ଟିମରେ ୭ଜଣ ଥିବା ଜଣାଯାଇଛି।  ସରକାରୀ ଛୁଟି ଥିବାରୁ କାର୍ଯ୍ୟାଳୟ ଗେଟରେ ତାଲା ଦେଇ ଭିତରେ ସିବିଆଇ ଟିମ୍ ଚଢ଼ଉ କରିଥିଲା। ଦେବେନ୍ଦ୍ର ପୁହାଣ ନାମକ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ସହକାରୀ ଯନ୍ତ୍ରୀ(ସିଭିଲ୍) ଶିବାଶିଷ ପାଲ ଠିକାଦାରଙ୍କଠାରୁ ୧ଲକ୍ଷ ୪୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ଟିମ୍ ଧରିଥିଲେ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe