ଏପ୍ରିଲ ୨୬ରୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ‌ପରୀକ୍ଷା

Advertisment
ଚିନ୍ତା ବଢ଼ାଇଲାଣି ସାମା‌ଜିକ ଗଣମାଧ୍ୟମ: ଘୂରି ବୁଲୁଛି ନକଲି ପ୍ରଶ୍ନପତ୍ର

india.com

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଓ ଦ୍ୱାଦଶ ଶ୍ରେଣୀର ଦ୍ୱିତୀୟ ପର୍ଯ୍ୟାୟ ବା ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ। ଅଫ୍‌ଲାଇନ୍ ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ପାଖାପାଖି ୫୦ ଦିନ ଧରି ଚାଲିବ। ଉଭୟ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବାକୁ ଥିଲେ ମଧ୍ୟ ଦଶମ ଶ୍ରେଣୀ ପରୀକ୍ଷା ମେ’ ୨୪ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଜୁନ୍‌ ୧୫ରେ ଶେଷ ହେବ।

ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଓଡ଼ିଶାର ପ୍ରମୁଖ ପର୍ବ ରଜରେ ବି ଏଥର ପରୀକ୍ଷା ଦେବେ।

ତେବେ ଛାତ୍ରଛାତ୍ରୀଙ୍କ ସୁବିଧା‌ ପାଇଁ ଏଥର ଦୁଇଟି ବିଷୟ ମଧ୍ୟରେ ବଡ଼ ଗ୍ୟାପ୍‌ ଦିଆଯାଇଛି। ଯାହାଦ୍ବାରା ପିଲାମାନଙ୍କୁ ପଢ଼ିବା ଲାଗି ଅଧିକ ସୁଯୋଗ ମିଳିବ। କାର୍ଯ୍ୟସୂଚୀ ପ୍ରସ୍ତୁତିବେଳେ ଜେଇଇ ମେନ୍‌ ପରୀକ୍ଷା ସମୟକୁ ବି ଗୁରୁତ୍ବ ଦିଆଯାଇଛି। ଗ୍ରୀଷ୍ମ ଋତୁ ଚାଲିଥିଲେ ମଧ୍ୟ ପ୍ରତି ବିଷୟ ପରୀକ୍ଷା ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହେବ। ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଗ୍ରୀଷ୍ମ ପ୍ରବାହରେ ପରୀକ୍ଷା କରିବାକୁ ଆମେ ବାଧ୍ୟ ହେଉଛୁ। ଭାରତ ସମେତ ୨୬ଟି ଦେଶରେ ବୋର୍ଡ ଦ୍ବାରା ପରିଚାଳିତ ସ୍କୁଲ ରହିଛି। ସେଠାରେ ବି ପରୀକ୍ଷା କରାଯିବ। ତେଣୁ ସମସ୍ତଙ୍କ ସମୟକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ହୋଇଛି। ଯେପରି ଗୋଟିଏ ଦିନରେ ଜଣେ ପରୀକ୍ଷାର୍ଥୀଙ୍କର ଦୁଇଟି ବିଷୟର ପରୀକ୍ଷା ନ ପଡ଼େ, କାର୍ଯ୍ୟସୂଚୀ ପ୍ରସ୍ତୁତି ସମୟରେ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି।

କରୋନା ସଂକ୍ରମଣକୁ ନଜରରେ ରଖି କଟକଣା ମଧ୍ୟରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ପରୀକ୍ଷାର୍ଥୀ ନିଜର ହ୍ୟାଣ୍ଡ୍‌ ସାନିଟାଇଜର ଆଣି କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଇଛି। ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, ପିଲାଙ୍କୁ କୋଭିଡ୍‌-୧୯ଠାରୁ ଦୂରେଇ ରଖିବା ଦିଗରେ ଅଭିଭାବକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଆଡ୍‌ମିଟ୍‌ କାର୍ଡରେ ଉଲ୍ଲେଖ ଥିବା ନିୟମାବଳୀକୁ ପରୀକ୍ଷାର୍ଥୀ ପାଳନ କରିବେ। ପ୍ରଶ୍ନପତ୍ର ପଢ଼ିବା ଲାଗି ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ୍‌ ସମୟ ଦିଆଯିବ। ନିୟମିତ ତଥ୍ୟ ପାଇବା‌ ଲାଗି ଛାତ୍ରଛାତ୍ରୀ ସିବିଏସ୍‌ଇ ୱେବସାଇଟ୍‌ ‘www.cbse.gov.in’ ଦେଖିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe