ମନଇଚ୍ଛା ମାର୍କ ବଢ଼ାଇଲେ ସ୍କୁଲ୍‌, ଖପ୍ପା ହେଲା ସିବିଏସଇ ବୋର୍ଡ

Advertisment
ମନଇଚ୍ଛା ମାର୍କ ବଢ଼ାଇଲେ ସ୍କୁଲ୍‌, ଖପ୍ପା ହେଲା ସିବିଏସଇ ବୋର୍ଡ

ଭୁବନେଶ୍ବର: ଅସ୍ୱାଭାବିକ ଭାବେ ମାର୍କ ବଢାଇ ଦେଲେ ସ୍କୁଲ, ଖପ୍ପା ହେଲା ବୋର୍ଡ। ସିବିଏସଇ ବୋର୍ଡ ଏବେ ଏକ ନୂଆ ସମସ୍ୟାରେ ପଡିଯାଇଛି। କରୋନା ମହାମାରୀ ଯୋଗୁ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ସମ୍ଭବ ନହେବାରୁ ସିବିଏସଇ ବୋର୍ଡର ଗାଇଡଲାଇନ ଅନୁସାରେ ସ୍କୁଲଗୁଡିକୁ ଛାତ୍ରଛାତ୍ରୀଙ୍କୁ ମାର୍କ ଦେବା ପାଇଁ ନିର୍ଦ୍ଦେଶ ଥିଲା । ତେବେ ସ୍କୁଲ ଗୁଡିକ ଗତବର୍ଷ ଅପେକ୍ଷା ଖୁବ୍ ଅଧିକ ମାର୍କ ଦେଇଥିବା ଦେଖାଯାଇଛି ।

୯୫ ପ୍ରତିଶତରୁ ଅଧିକ ମାର୍କ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଛି ବୋର୍ଡ । ପୁଣି ଥରେ ମାର୍କର ସମୀକ୍ଷା କରିବାକୁ ସ୍କୁଲ ଗୁଡିକୁ କୁହାଯାଇଛି । ଏପରିକି ଆସନ୍ତାକାଲି ସୁଦ୍ଧା ସଂଶୋଧିତ ମାର୍କ ଅପଲୋଡ କରିବା ପାଇଁ କୁହାଯାଇଛି । ପ୍ରଥମେ ଏଥିପାଇଁ ଜୁନ୍ ୩୦ ଯାଏ ସମୟ ଦିଆଯାଇଥିଲା । ହେଲେ ପିଲାଙ୍କ ମାର୍କରେ ତ୍ରୁଟି ଦେଖାଦେବା ପରେ ପୁଣି ଜୁଲାଇ ୫ତାରିଖ ଯାଏ ସମୟ ସୀମା ବୃଦ୍ଧି କରାଯାଇଥିଲା । ଏବେ ପୁଣି ଅସ୍ୱାଭାବିକ ମାର୍କକୁ ଦେଖି ଡେଡଲାଇନ ବଢାଇ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe