ଜୁଲାଇ ୧୫ରୁ ଅଗଷ୍ଟ ୨୬ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସମ୍ଭାବନା

Advertisment
ପରୀକ୍ଷା ନମ୍ବର ପ୍ରଦାନରେ ଅନିୟମିତତା: ସିବିଏସ୍‌ଇର ଜବାବୀ ସତ୍ୟପାଠ ଦାଖଲ

photo by : Zee News

ଭୁବନେଶ୍ବର : ସିବିଏଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। କିନ୍ତୁ ଆସନ୍ତା ଜୁଲାଇ ୧୫ ତାରିଖରୁ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା କରିବାକୁ ସିବିଏସ୍‌ଇ କର୍ତ୍ତୃପକ୍ଷ ଆପାତତଃ ସ୍ଥିର କରିଥିବା ନେଇ ଗୋଟିଏ ଜାତୀୟ ସ୍ତରର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ଏ ନେଇ ଜୁନ୍‌ ପହିଲାରେ ସବିଶେଷ ଜଣାପଡ଼ିବ।

ପ୍ରକାଶଥାଉକି, ଚଳିତ ବର୍ଷ ମହାମାରୀ ଭିତରେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ଓ ବିଭିନ୍ନ ରାଜ୍ୟରେ ଥିବା ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷା କିପରି କରାଯିବ ସେ ନେଇ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀମାନଙ୍କ ସହ ଆଲୋଚନା ହୋଇଥିଲା। ପ୍ରକାଶିତ ଖବର ଅନୁଯାୟୀ ପରୀକ୍ଷା ସରିବାର ଗୋଟିଏ ମାସ ପରେ ଅର୍ଥାତ ୨୦୨୧ ସେପ୍ଟେମ୍ବର ମାସରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ। ପରୀକ୍ଷା ଢାଞ୍ଚା ନେଇ ରାଜ୍ୟ ସରକାରଙ୍କ ଠାରୁ ପ୍ରସ୍ତାବ ଆହ୍ବାନ କରାଯାଇଛି। ତେବେ ପରୀକ୍ଷା ସମୟ ୩ ଘଣ୍ଟା ପରିବର୍ତ୍ତେ ୯୦ ମିନିଟ୍‌ ଓ ସଂକ୍ଷିପ୍ତ ପ୍ରଶ୍ନ ଆଧାରିତ ହେବ। ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେଇପାରିବେ। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି କିପରି ଶିକ୍ଷକ ଓ ଛାତ୍ରଛାତ୍ରୀ ସୁରକ୍ଷାରେ ପରୀକ୍ଷା ଦେବେ ଏ ନେଇ ଏକ ଏସ୍‌ଓପି ଜାରି କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe