ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀ ଥିଓରି ପରୀକ୍ଷା ଫେବ୍ରୁଆରି ୧୭(ମଙ୍ଗଳବାର)ରୁ ଆରମ୍ଭ ହେବାକୁ ଯାଉଛି। ଉଭୟ ଶ୍ରେଣୀର ପରୀକ୍ଷା ପ୍ରତିଦିନ ପୂର୍ବାହ୍ଣ ୧୦ଟା ୩୦ରେ ରହିଛି। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୯ ଯାଏଁ ଚାଲିବ। ଦଶମ ଶ୍ରେଣୀର ପ୍ରଥମ ଦିନ ଗଣିତ ବିଷୟରେ ପରୀକ୍ଷା ଥିବା ବେଳେ ଫେବ୍ରୁଆରି ୧୮ରେ ଗୃହବିଜ୍ଞାନ (ହୋମ୍ସାଇନ୍ସ), ୨୧ରେ ଇଂରାଜୀ, ୨୫ରେ ବିଜ୍ଞାନ, ୨୭ରେ ଆଇଟି/ଏଆଇ/କମ୍ପ୍ୟୁଟର ଆପ୍ଲିକେସନ୍, ମାର୍ଚ୍ଚ ୭ରେ ସୋସିଆଲ୍ ସାଇନ୍ସ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ଦ୍ବାଦଶ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନ ବାୟୋଟେକ୍ନୋଲୋଜି ସମେତ ଏଣ୍ଟରପ୍ରିନୁଅରସିପ୍, ସଟ୍ହାଣ୍ଡ(ହିନ୍ଦୀ/ଇଂରାଜୀ) ବିଷୟରେ ପରୀକ୍ଷା ରହିଛି। ଫେବ୍ରୁଆରି ୧୮ରେ ଫିଜିକାଲ୍ ଏଜୁକେସନ୍, ୨୦ରେ ପଦାର୍ଥ ବିଜ୍ଞାନ, ୨୪ରେ ଆକାଉଣ୍ଟାନ୍ସି, ୨୬ରେ ଭୂଗୋଳ, ମାର୍ଚ୍ଚ ୫ରେ ମନୋବିଜ୍ଞାନ, ମାର୍ଚ୍ଚ ୬ରେ ଓଡ଼ିଆ ସମେତ ଅନ୍ୟାନ୍ୟ ଆଞ୍ଚଳିକ ଭାଷା, ୯ରେ ଗଣିତ, ୧୨ରେ ଇଂରାଜୀ, ୧୪ରେ ହୋମ୍ ସାଇନ୍ସ, ୧୮ରେ ଅର୍ଥନୀତି, ୨୩ରେ ରାଜନୀତି ବିଜ୍ଞାନ, ୨୪ରେ ଏଆଇ/ରିଟେଲ୍, ୨୫ରେ ଆଇଟି/କମ୍ପ୍ୟୁଟର ସାଇନ୍ସ, ୨୭ରେ ଜୀବବିଜ୍ଞାନ, ୩୦ରେ ଇତିହାସ, ଏପ୍ରିଲ ୪ରେ ସାମାଜିକ ବିଜ୍ଞାନ ପରି ପ୍ରମୁଖ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ।
Cricket: କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍ବଲ୍: ମିସନ୍ ଟାଇଗର ବିଜେତା
ଚଳିତବର୍ଷ ଭାରତ ସମେତ ୨୬ଟି ଦେଶର ୩୧ହଜାରରୁ ଅଧିକ ବିଦ୍ୟାଳୟର ୪୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ଦେଶ ଓ ଦେଶ ବାହାରେ ୮,୦୭୪ଟି ପରୀକ୍ଷା କେନ୍ଦ୍ର ହୋଇଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଏଥର ସିବିଏସ୍ଇ ପକ୍ଷରୁ ଦଶମ ଶ୍ରେଣୀରେ ଦୁଇଟି ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଅନ୍-ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ହୋଇଛି। ଉଭୟ ଶ୍ରେଣୀର ଦୁଇଟି ବିଷୟ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇଛି। ପରୀକ୍ଷା ଓ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ କିଭଳି ସ୍ବଚ୍ଛତା ରହିବ ସେଦିଗରେ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ଦଶମ ଶ୍ରେଣୀରେ ୬୦ ହଜାର ଓ ଦ୍ବାଦଶ ଶ୍ରେଣୀରେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିବା ସିବିଏସ୍ଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/31/exam-2025-07-31-02-25-22.jpg)