ସିବିଏସ୍‌ଇ ପକ୍ଷରୁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ତାଲିମ

Advertisment
ସିବିଏସ୍‌ଇ ପକ୍ଷରୁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ତାଲିମ

Times of India

ଭୁବନେଶ୍ବର : ଇଣ୍ଟରନେଟ୍‌ ବ୍ୟବହାରୀଙ୍କ ସଂଖ୍ୟା ବଢ଼ୁଛି। କରୋନା ସମୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଶିକ୍ଷା ଗ୍ରହଣ କରୁଛନ୍ତି। ଶିକ୍ଷକମାନେ ବି ଅନ୍‌ଲାଇନ୍‌ରେ ପଢ଼ାଉଛନ୍ତି। ତେବେ କିଛି କ୍ଷେତ୍ରରେ ଅନ୍‌ଲାଇନ୍‌ର ଅପବ୍ୟବହାର କରାଯାଉଥିବା ଦୃଷ୍ଟିକୁ ଆସିଛି। ଇଣ୍ଟରନେଟ୍‌ରେ ଭୁଲ୍‌ ତଥ୍ୟ, ମିଥ୍ୟା ଖବର ପ୍ରଚାରିତ ହେଉଛି। ଯେଉଁଥିପାଇଁ ଅନେକ ପିଲା ଅସୁବିଧାରେ ପଡ଼ୁଛନ୍ତି। କିଛି ଜଣ ମାନସିକ ଅଶାନ୍ତିରେ ଦିନ କାଟୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ଓ ଫେସ୍‌ବୁକ୍‌ ଇଣ୍ଡିଆ ମିଳିତ ଭାବେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଲାଗି ଏକ ତାଲିମ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅନ୍‌ଲାଇନ୍‌ ମାଧ୍ୟମରେ ଅଗଷ୍ଟରୁ ନଭେମ୍ବର ମଧ୍ୟରେ ସିବିଏସ୍‌ଇ ଅଧୀନ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଏହି ତାଲିମ ଦିଆଯିବ। ଯେଉଁମାନେ ସଫଳତାର ସହ ଏଥିରେ ଭାଗନେବେ ସେମାନଙ୍କୁ ସିବିଏସ୍‌ଇ ଓ ଫେସ୍‌ବୁକ୍‌ ପକ୍ଷରୁ ଇ-ସାର୍ଟିଫିକେଟ୍‌ ପ୍ରଦାନ କରାଯିବ।

ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଶିକ୍ଷକଙ୍କ ଲାଗି ଏକ ତିନି ସପ୍ତାହ ତାଲିମ କାର୍ଯ୍ୟକ୍ରମ ହେବ। ଏଥିପାଇଁ ଜୁଲାଇ ୬ରୁ ୨୦ ତାରିଖ ମଧ୍ୟରେ ନାମ‌ ପଞ୍ଜୀକରଣ କରିହେବ। ଅଗଷ୍ଟ ୧୦ରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ସେହିପରି ୧୦ ହଜାର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଡିଜିଟାଲ ସେଫ୍ଟି ଉପରେ ତାଲିମ ଦିଆଯିବ। ଜୁଲାଇ ୬ରୁ ୨୦ ତାରିଖ ମଧ୍ୟରେ ନାମ ପଞ୍ଜୀକରଣ ଓ ଅଗଷ୍ଟ ୬ରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ମନୋନୀତ ହୋଇଥିବା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ନାମ ତାଲିକା ସିବିଏସ୍‌ଇ ୱେବସାଇଟ୍‌ରେ ଉଲ୍ଲେଖ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ସିବିଏସ୍‌ଇ ପକ୍ଷରୁ ପ୍ରତି ବର୍ଗରେ ୩୦ ହଜାର ଛାତ୍ରଛାତ୍ରୀଙ୍କ ଲାଗି ଡିଜିଟାଲ ସେଫ୍ଟି କାର୍ଯ୍ୟକ୍ରମ ହେବ ବୋଲି ସିବିଏସ୍‌ଇ ପକ୍ଷରୁ ଏକ ‌ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe