‘ରେଗୁଲାର’ ପରୀକ୍ଷା ଦେବେ ଫେଲ୍‌ ଛାତ୍ରଛାତ୍ରୀ

Advertisment

ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସିବିଏସ୍‌ଇର ନୂଆ ନିୟମ

ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସିବିଏସ୍‌ଇର ନୂଆ ନିୟମ

‘ରେଗୁଲାର’ ପରୀକ୍ଷା ଦେବେ ଫେଲ୍‌ ଛାତ୍ରଛାତ୍ରୀ

ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀ ଏଣିକି ରେଗୁଲାର ପିଲା ଭାବେ ପରୀକ୍ଷା ଦେବେ। ଏନେଇ ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ୨୦୧୭ରେ ଫେଲ୍‌ ହୋଇଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସିବିଏସ୍‌ଇ ଅଧୀନ ବିଦ୍ୟାଳୟରେ ରେଗୁଲାର ପରୀକ୍ଷାର୍ଥୀ ଭାବେ ନାମ ଲେଖାଇ ୨୦୧୮ରେ ପରୀକ୍ଷା ଦେଇପାରିବେ। ଓଡ଼ିଶାରୁ ପ୍ରାୟ ୪ ହଜାର ପିଲା ଏହାଦ୍ୱାରା ଉପକୃତ ହେବେ। ଯେଉଁମାନେ କି ଗତବର୍ଷ ପରୀକ୍ଷାରେ କମ୍‌ ମାର୍କ ରଖି ଫେଲ୍‌ ହୋଇଥିଲେ। ଏଥିସହ ଗତବର୍ଷ ପରୀକ୍ଷା ଦେଇ କମ୍‌ ମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟ ଥର ସୁଯୋଗ ଦିଆଯିବ। ଚଳିତବର୍ଷ ପରୀକ୍ଷା ଦେଇ ସେମାନଙ୍କ ମାର୍କ ବୃଦ୍ଧି କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଯଦି କୌଣସି ପରୀକ୍ଷାର୍ଥୀ ଫେଲ୍‌ ହେଉଥିଲେ ସେମାନେ ଘରୋଇ ପରୀକ୍ଷାର୍ଥୀ ଭାବେ ପରୀକ୍ଷା ଦେଉଥିଲେ। ରେଗୁଲାର ଛାତ୍ରଛାତ୍ରୀଙ୍କଠାରୁ ସେମାନେ ଅଲଗା ଭାବେ ନାମ ପଞ୍ଜୀକରଣ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe