ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ଆଜି

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ଆଜି

ଭୁବନେଶ୍ୱର : ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶନିବାର ବାହାରିବ। ଏଥିପାଇଁ ନିର୍ଧାରିତ ସମୟ ସ୍ଥିର ହୋଇ ନ ଥିଲେ ମଧ୍ୟ ମଧ୍ୟାହ୍ନ ପ୍ରାୟ ୧୨ଟାରେ ବାହାରିପାରେ ବୋଲି ସିବିଏସ୍‌ଇ ପକ୍ଷରୁ ସୂଚନା ମିଳିଛି। ପରୀକ୍ଷା ଫଳ ପ୍ରକାଶ ପାଇବା କ୍ଷଣି ଛାତ୍ରଛାତ୍ରୀ  ‘cbseresults.nic.in’ ଓ ‘cbse.nic.in’ ଓ୍ଵବସାଇଟ୍‌ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। ଚଳିତବର୍ଷ ସାରା ଦେଶରେ ୧୧ ଲକ୍ଷ ୮୬ ହଜାର ୩୦୬ ଜଣ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଦେଶରେ ୪,୧୩୮ଟି ଓ ବିଦେଶର ୭୧ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ନେଇ ଗଠିତ ଭୁବନେଶ୍ୱର ଜୋନ୍‌ର ଦ୍ୱାଦଶ ଶ୍ରେଣୀରେ ୬୭୫ ବିଦ୍ୟାଳୟରୁ ୬୬,୩୬୭ ଛାତ୍ରଛାତ୍ରୀ ୨୧୯ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। କେବଳ ଓଡ଼ିଶାରୁ ଦ୍ୱାଦଶ ଶ୍ରେଣୀରେ ୧୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଭୁବନେଶ୍ୱରସ୍ଥିତି ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସିବିଏସ୍‌ଇ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe