ରାଉରକେଲା: ଅଟକିଛି ୨୦ କୋଟିର ସିସି କ୍ୟାମେରା ବ୍ୟବସ୍ଥା

Advertisment

ଚିହ୍ନଟ ହୋଇଥିଲା ସହରର ୧୧୦ ପ୍ରମୁଖ ସ୍ଥାନ

ଚିହ୍ନଟ ହୋଇଥିଲା ସହରର ୧୧୦ ପ୍ରମୁଖ ସ୍ଥାନ

୧୦୭ ସିସି କ୍ୟାମେରା ନଜରରେ କଟକ ସହର

360Connect

ରାଉରକେଲା : ସ୍ମାର୍ଟସିଟିକୁ ଅପରାଧମୁକ୍ତ ରଖିବାକୁ ଗତ ଦୁଇବର୍ଷ ତଳେ ସହରରେ ସିସି କ୍ୟାମେରା ଲଗାଇବାକୁ ଯୋଜନା ହୋଇଥିଲା। ଚିହ୍ନଟ ହୋଇଥିଲା ସହରର ୧୧୦ଟି ପ୍ରମୁଖ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନ। ଏବାବଦରେ ସ୍ମାର୍ଟସିଟିରୁ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ପରୀକ୍ଷାମୂଳକ ଭାବେ ୨/୩ ସଂସ୍ଥାକୁ ସିସି କ୍ୟାମେରା ଲଗାଇବାକୁ ଦାୟିତ୍ବ ମଧ୍ୟ ଦିଆଯାଇଥିଲା। ହନୁମାନ ବାଟିକା ଛକରେ ୟୁଏସ୍‌ ବେସ୍‌ଡ କମ୍ପାନୀ ହନି ୱେଲ ଆଜିଠୁ ନିଜର କାମ ଆରମ୍ଭ କରିଥିଲେ। ଛେଣ୍ଡ, ସିଭିଲଟାଉନସିପ୍‌କୁ ଯାଇଥିବା ରାସ୍ତାର ଉଭୟ ପାର୍ଶ୍ବରେ ସମ୍ପୃ୍କ୍ତ ସଂସ୍ଥା ଉଭୟ ସିସିଟିଭ୍‌, ଆର୍‌ଏଲ୍‌ଭିଡି ରେଡ୍‌ ସିଗ୍‌ନାଲ ଲଗାଇବା କାମ ଆରମ୍ଭ କରିଥିଲେ। ଅନ୍ୟ ଦୁଇଟି କମ୍ପାନୀ ମ୍ୟୁନିସିପାଲ କଲେଜ ନିକଟ ସାରନା ଛକ ଓ ବିଶ୍ରାଛକରେ ପରୀକ୍ଷାମୂଳକ ଭାବେ ସିସି କ୍ୟାମେରା ଓ ଆର୍‌ଏଲ୍‌ଭିଡି ରେଡ୍‌ ସିଗ୍‌ନାଲ ଲାଇଟ୍‌ ଲଗାଇବେ। ତିନିଟି ସଂସ୍ଥା ମଧ୍ୟରୁ ଯେଉଁ ସଂସ୍ଥା ଯୋଗ୍ୟ ବିବେଚିତ ହେବ ତାହାକୁ ଖୁବ୍‌ ଶୀଘ୍ର କାମ ଦିଆଯିବ ବୋଲି ସ୍ମାର୍ଟ ସିଟିର ଜଣେ ଅଧିକାରୀ ସୂଚନା ଦେଇଥିଲେ। ବିଡମ୍ବନା, ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ। କେବେ ଲାଗିବ କାହାରି ପାଖରେ ଉତ୍ତର ନାହିଁ। ଅନ୍ୟ ପଟେ ଜିଲ୍ଲା ପୁଲିସ ପକ୍ଷରୁ ସହରର କେତେକ ପ୍ରମୁଖ ସ୍ଥାନରେ ସିସି କ୍ୟାମେରା ଲଗାଯାଇଛି।

publive-image Justdial

ଉଲ୍ଲେଖଯୋଗ୍ୟ, ଗତ ୨୦୧୯ରେ ସ୍ମାର୍ଟ ସିଟିରେ ସିସି କ୍ୟାମେରା ଲାଗିବାକୁ ସ୍ମାର୍ଟସିଟି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ‌ହୋଇଥିଲା। ସିସି କ୍ୟାମେରା ପାଇଁ ସହରର ପ୍ରମୁଖ ଛକ, ଜନଗହଳିପୂର୍ଣ୍ଣ ଅଞ୍ଚଳ ସହ ମୋଟ ୧୧୦ଟି ଜାଗା ଚିହ୍ନଟ ହୋଇଥିଲା। ପ୍ରମୁଖ ଛକଗୁଡ଼ିକ ମଧ୍ୟରେ ଥିଲା ପାନପୋଷ ଗାନ୍ଧିଛକ, ଏସ୍‌ଟିଆଇ, ଆଇଟିଆଇ, ସିଭିଲଟାଉନସିପ୍‌, ଉଦିତନଗର ଆମ୍ବେଦକର ଛକ, ଡେଲିମାର୍କେଟ, ଷ୍ଟେସନ ଛକ, ମଧୁସୂଦନଛକ, ଟ୍ରାଫିକ ଗେଟ୍, ଛେଣ୍ଡ, କଳିଙ୍ଗ ବିହାର, ବାସନ୍ତୀକଲୋନୀ, ରେଲଲୱେ କଲୋନୀ, ଟିମ୍ବରକଲୋନୀ, ବେଦବ୍ୟାସ, କୋଏଲନଗର, ଝିରପାଣି ସମେତ ଫର୍ଟିଲାଇଜର କେତେକ ଜାଗା ସହ ଇସ୍ପାତ ସହରାଞ୍ଚଳ।

publive-image Sambad English

ଉଭୟ ସିସି କ୍ୟାମେରା ଓ ଆର୍‌ଏଲ୍‌ଭିଡି ରେଡ୍‌ ସିଗ୍‌ନାଲ ଲଗାଇବା ପାଇଁ ତିନିଟି ସଂସ୍ଥାକୁ ପରୀକ୍ଷାମୂଳକ ଭାବେ କାମ ମଧ୍ୟ ଦିଆଯାଇଥିଲା। ସିସି କ୍ୟାମେରା, ଆର୍‌ଏଲ୍‌ଭିଡି ରେଡ୍‌ ସିଗ୍‌ନାଲର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ। ସମସ୍ତ କାର୍ଯ୍ୟ ଶେଷ ହେବା ପରେ ଏହାର ପରିଚାଳନା ରାଉରକେଲା ଜିଲ୍ଲା ପୁଲିସକୁ ହସ୍ତାନ୍ତର କରାଯିବ। ପ୍ରମୁଖ ଛକରେ ରେଡ୍‌ ଲାଇଟ୍‌ ସିଗ୍‌ନାଲ ଥିବାବେଳେ ନିୟମ ଭାଙ୍ଗି ରାସ୍ତା ଅତିକ୍ରମ କରୁଥିବା ବାଇକ, କାର୍‌, ଅନ୍ୟ ଗାଡିଗୁଡ଼ିକର ନମ୍ବର ଓ ବିସ୍ତୃ୍ତ ତଥ୍ୟ କଣ୍ଟ୍ରୋଲ ରୁମ୍‌କୁ ସିଧାସଳଖ ରେକର୍ଡଭୁକ୍ତ ହେବ। ପରେ ସେହି ଗାଡି ଚାଳକଙ୍କୁ ଜୋରିମାନା ଦେବାକୁ ବିଭାଗ ପକ୍ଷରୁ ନୋଟିସ୍‌ ଜାରି ହେବ । ଯେଉଁମାନେ ଜୋରିମାନା ନ ଦେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସବୁ କିଛି ବ୍ୟବସ୍ଥା ଏବେ ଫାଇଲ ତଳେ ଚାପି ହୋଇ ରହିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe