ଜନଜାତି କଲ୍ୟାଣ ବିଭାଗ ସବୁ ଛାତ୍ରୀ ନିବାସରେ ସିସିଟିଭି କ୍ୟାମେରା ଲଗାଇବ

Advertisment
ଜନଜାତି କଲ୍ୟାଣ ବିଭାଗ ସବୁ ଛାତ୍ରୀ ନିବାସରେ ସିସିଟିଭି କ୍ୟାମେରା ଲଗାଇବ

ଭୁବନେଶ୍ୱର: ରାଜ୍ୟ ଜନଜାତି କଲ୍ୟାଣ ବିଭାଗ ପରିଚାଳିତ ରାଜ୍ୟର ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ହଷ୍ଟେଲ୍‌ରେ ସିସିଟିଭି କ୍ୟାମେରା ଲଗାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ରମେଶ ମାଝି କହିଛନ୍ତି। ଚଳିତ ବର୍ଷ ୧୦୦୦ ଛାତ୍ରୀନିବାସରେ ସିସିଟିଭି କ୍ୟାମେରା ଲଗାଯିବା ସହ ପରବର୍ତ୍ତୀ ସମୟରେ ରାଜ୍ୟରେ ଥିବା ୭୦୦୦ ଛାତ୍ରୀନିବାସରେ ଖଞ୍ଜାଯିବ। ରାଜ୍ୟ ପୁଲିସ େଓ୍ଵଲ୍‌ଫେୟାର ହାଉସିଂ କର୍ପୋରେସନ୍‌କୁ ଏହି ଦାୟିତ୍ୱ ଦିଆଯାଇଛି। କର୍ପୋରେସନ୍‌ ଟେଣ୍ଡର ପ୍ରକ୍ରିୟା ଦ୍ୱାରା ସିସିଟିଭି କ୍ୟାମେରା ଛାତ୍ରୀନିବାସରେ ଲଗାଇବ ବୋଲି ମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe