ଜାତୀୟ ରାଜପଥ ଉପରେ ନଜର ରଖିବ ସିସିଟିଭି: ପଦ୍ମନାଭ ବେହେରା

ଜାତୀୟ ରାଜପଥ ଉପରେ ନଜର ରଖିବ ସିସିଟିଭି: ପଦ୍ମନାଭ ବେହେରା

Photo: Traffic Infratech Expo

ଭୁବନେଶ୍ୱର: ଜାତୀୟ ରାଜପଥ କଡ଼ରେ ସିସିଟିଭି ଖଞ୍ଜାଯିବ। ଜାତୀୟ ରାଜପଥରେ ବଢୁଥିବା ଦୁର୍ଘଟଣା ଉପରେ ସିସିଟିଭି ନଜର ରଖିବ। ସରକାର ଏଭଳିି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ-ପଲାସା ଜାତୀୟ ରାଜପଥରେ ଏହି ଯୋଜନା ଆରମ୍ଭ ହେବ। ପରେ ରାଜ୍ୟର ଅନ୍ୟ ଜାତୀୟ ରାଜପଥ ଉପରେ ଏହି କାମ ପାଇଁ ପଦକ୍ଷେପ ନିଆଯିବ।

ପରିବହନ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ଜାତୀୟ ରାଜପଥ ବ୍ୟତୀତ ଓଡ଼ିଶାର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ରାଜପଥଗୁଡ଼ିକରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଯିବ। ଏହି କାମ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥଗୁଡ଼ିକ ପ୍ରଶସ୍ତ ଥାଇ ମଧ୍ୟ ବହୁ ପରିମାଣରେ ଦୁର୍ଘଟଣା ଘଟୁଥିବାର ଅନେକ ସମୟରେ ଖବର ହସ୍ତଗତ ହେଉଛି। ତେଣୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ସିସିଟିଭି ଖଞ୍ଜା ଯିବା ଦ୍ୱାରା ଚାଳକମାନେ ଦ୍ରୁତଗତିରେ ଗାଡ଼ି ଚଳାଇବାରୁ ନିବୃତ୍ତ ରହିବେ। ଏହା ଦ୍ୱାରା ଦୁର୍ଘଟଣାର ମାତ୍ରା ହ୍ରାସ ପାଇପାରିବ। ଜାତୀୟ ରାଜପଥ କଡ଼ରେ ସିସିଟିଭି କ୍ୟାମେରା ଲଗାଯିବା ଦ୍ୱାରା ଅପରାଧର ମାତ୍ରା ମଧ୍ୟ ଅନେକ ପରିମାଣରେ ହ୍ରାସ ପାଇପାରିବ ବୋଲି ଆଶା କରାଯାଉଛି। ଯଦି ବି ଅପରାଧ ହୁଏ, ତା’ ହେଲେ ସିସିଟିଭି ଫୁଟେଜ ଜରିଆରେ ଅପରାଧୀଙ୍କୁ ଧରିବାରେ ପୁଲିସକୁ ଅତି ସହଜ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe