ଦରମା କରାଇଦେବାକୁ ୫ ହଜାର ଟଙ୍କା ନେଉଥିଲେ, ଭିଜିଲାନ୍ସ ଜାଲରେ ଫସିଲେ କୋକସରା ସିଡିପିଓ  

Advertisment
ଦରମା କରାଇଦେବାକୁ ୫ ହଜାର ଟଙ୍କା ନେଉଥିଲେ, ଭିଜିଲାନ୍ସ ଜାଲରେ ଫସିଲେ କୋକସରା ସିଡିପିଓ  

କୋକସରା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ (ସିଡିପିଓ) ଜୟନ୍ତୀ ମହାନ୍ତି। ଜଣେ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୁନାମାଲ ଗ୍ରାମର ଏହି ଅଙ୍ଗନୱାଡ଼ି କର୍ମୀ ଆରତୀ ଧଙ୍ଗଡ଼ାମାଝୀଙ୍କ ୩ ମାସର ଦରମା କରାଇଦେବା ପାଇଁ ସେ ୫ ହଜାର ଟଙ୍କା ମାଗିଥିଲେ। ଏ ସଂପର୍କରେ ଆରତୀ ଭିଜିଲାନ୍ସକୁ ସୂଚନା ଦେଇଥିଲେ।

publive-image

ଆଜି ଜୟନ୍ତୀ ଲାଞ୍ଚ ନେବା ବେଳେ କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍‌ ତାଙ୍କୁ ରଂଗେହାତ୍‌ ଧରିଛନ୍ତି। ଏହା ସହ ସେ ରହୁଥିବା ସରକାରୀ କ୍ବାର୍ଟର୍ସରୁ ୬୯ ହଜାର ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ। ଏହି ଚଢ଼ାଉ ସମୟରେ ଭିଜିଲାନ୍ସ ବିଭାଗର ଅଜୟ କୁମାର ସିଂ, ଗୁଣନିଧି ସାହୁ, ସନ୍ତୋଷ ମହାନ୍ତି, ରାଜେଶ ନାଏକଙ୍କ ସହ ସରକାରୀ ସାକ୍ଷୀ ଶେଫାଳି ନାଏକ ଓ କେଦାର ନାଥ ନାଏକ ଉପସ୍ଥିତ ଥିଲେ। ସିଡିପିଓ ଜୟନ୍ତୀ ମହାନ୍ତିଙ୍କୁ ଭିଜିଲାନ୍ସ ଅଧିକ ତଦନ୍ତ ପାଇଁ ଭବାନୀପାଟଣା ନେଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe