ଅଙ୍ଗନୱାଡ଼ି କର୍ମୀ ଚୟନ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ, ଭିଜିଲାନ୍ସ ହାତରେ ଧରାପଡ଼ି ସିଡିପିଓ ଗିରଫ

Advertisment
ଅଙ୍ଗନୱାଡ଼ି କର୍ମୀ ଚୟନ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ, ଭିଜିଲାନ୍ସ ହାତରେ ଧରାପଡ଼ି ସିଡିପିଓ ଗିରଫ

ଭବାନୀପାଟଣା : ଅଙ୍ଗନୱାଡ଼ି କର୍ମୀ ଚୟନ ନିମନ୍ତେ ଲକ୍ଷେ ଟଙ୍କା ଲାଞ୍ଚ ! ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ର ସିଡିପିଓ ପୁଷ୍ପାଞ୍ଜଳି ରଥ। ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନାରୁ ପ୍ରକାଶ ଯେ, ସିଡିପିଓ ପୁଷ୍ପାଞ୍ଜଳି ରଥ ଥୁଆମୂଳ ରାମପୁର ବ୍ଲକ୍‌ ମେଲରଫା ଗ୍ରାମର ବାସନ୍ତୀ ମାଝୀଙ୍କୁ ଅଙ୍ଗନୱାଡ଼ି କର୍ମୀ ଚୟନ ନିମନ୍ତେ ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସକୁ ଅଭିଯୋଗକାରୀ ସୂଚନା ଦେଇଥିଲେ। ସୋମବାର ଭବାନୀପାଟଣା ସହରସ୍ଥିତ ବଡ଼ପଡ଼ାଠାରେ ଥିବା ଭଡ଼ା ଘରେ ବାସନ୍ତୀ ମାଝୀଙ୍କ ସ୍ବାମୀ ବିରସିଂହ ମାଝୀଙ୍କ ଠାରୁ ସିଡିପିଓ ପୁଷ୍ପାଞ୍ଜଳି ରଥ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲେ। ପରେ ପୁଷ୍ପାଞ୍ଜଳିଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଜେରା କରାଯାଇଥିଲା। ସେହିପରି ପୁଷ୍ପାଞ୍ଜଳିଙ୍କ ବଲାଙ୍ଗୀର ସହର ମେଡିକାଲ୍‌ କଲେଜ୍‌ ଛକ ନିକଟରେ ଥିବା ଘରେ ଚଢ଼ଉ କରାଯାଇଥିଲ। ସୋମବାର ତାଙ୍କୁ କୋର୍ଟଚାଲାଣ କରାଯିବ। ଏହି ଚଢ଼ଉରେ ମାଲକାନଗିରି ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ ବିଶ୍ବାଳ, ନବରଙ୍ଗପୁର ଇନ୍ସପେକ୍ଟର କଳାବତୀ ବାଗ ଓ ଭିଜିଲାନ୍ସ ଟିମ୍‌ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe