ଟିପିସିଓଡିଏଲ୍‌ ବିରୋଧରେ ରଣହୁଙ୍କାର, କଳାବ୍ୟାଜ୍‌ ପିନ୍ଧିଲା ସେସୁ ଇଞ୍ଜିନିୟର୍ସ ସର୍ଭିସ୍‌ ଆସୋସିଏସନ

Advertisment
ଟିପିସିଓଡିଏଲ୍‌ ବିରୋଧରେ ରଣହୁଙ୍କାର, କଳାବ୍ୟାଜ୍‌ ପିନ୍ଧିଲା ସେସୁ ଇଞ୍ଜିନିୟର୍ସ ସର୍ଭିସ୍‌ ଆସୋସିଏସନ

ଭୁବନେଶ୍ବର : ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଡିଭିଜନ ଲିମିଟେଡ୍‌(ଟିପିସିଓଡିଏଲ୍‌) ବିରୋଧରେ ରଣହୁଙ୍କାର ଦେଇଛି ସେସୁ ଇଞ୍ଜିନିୟର୍ସ ସର୍ଭିସ ଆସୋସିଏସନ୍‌। ନିକଟ ଅତୀତରେ ବସିଥିବା ସଂଘର ସାଧାରଣ ପରିଷଦ ବୈଠକରେ ଟିପିସିଓଡିଏଲ୍‌ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରି ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନ ନିଷ୍ପତ୍ତି ନେଇଛି। ୧୦ ଦଫା ଦାବି ନେଇ ସଂଘ ବୁଧବାରଠାରୁ କଳାବ୍ୟାଜ୍‌ ପିନ୍ଧି ପ୍ରତୀକ ଧର୍ମଘଟ ଆରମ୍ଭ କରିଛି।

ସଂଘର ଅଭିଯୋଗ ହେଲା, ଗୋଟିଏ ଛାତ ତଳେ ସମାନ ପାହ୍ୟାର ଅଧିକାରୀମାନେ ଭିନ୍ନଭିନ୍ନ ଦରମା ପାଉଛନ୍ତି। ସେସୁର ଇଞ୍ଜିନିୟର କମ୍‌ ଦରମା ପାଉଥିବା ବେଳେ ଟିପିସିଓଡିଏଲ୍‌ ଓ ଡେପୁଟେସନ୍‌ରେ ଆସୁଥିବା ଅଧିକାରୀମାନେ ଅଧିକ ଦରମା ପାଉଛନ୍ତି। ଚିକିତ୍ସା ଓ ଘରଭଡ଼ା ବାବଦକୁ ମିଳୁଥିବା ଭତ୍ତା ମଧ୍ୟ ସେମାନଙ୍କଠାରୁ ସେସୁ ଇଞ୍ଜିନିୟରମାନଙ୍କର କମ୍‌ ରହିଛି। ସେହିପରି ଫନି ସମେତ ବିଭିନ୍ନ ବିପର୍ଯ୍ୟୟର ସଫଳ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ଓ ମିଳିତ ଜାତିସଂଘ ଦ୍ବାରା ପ୍ରଶଂସା ପାଇଥିବା ସେସୁର ଇଞ୍ଜିନିୟରମା‌ନଙ୍କୁ ଟିପିସିଓଡିଏଲ୍‌ ଅଣକୁଶଳୀ କହି ଅପମାନିତ କରୁଛି। ଦକ୍ଷତା ଥିବା ସତ୍ତ୍ବେ ଟିପିସିଓଡିଏଲ୍‌ ସେସୁର ଇଞ୍ଜିନିୟରମାନଙ୍କୁ ଉଚ୍ଚ ପଦରେ ନିଯୁକ୍ତି ନ ଦେଇ ବାହାରୁ ଆଣି ନିଯୁକ୍ତି ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe