ନରସିଂହପୁର ସତ୍‌ସଙ୍ଗ ବିହାର ପକ୍ଷରୁ ଆୟୋଜିତ ଭର୍ଚୁଆଲ୍‌ ସତ୍‌ସଙ୍ଗର ବର୍ଷ ପୂର୍ତ୍ତି ପାଳନ

Advertisment

ଅହଙ୍କାରଶୂନ୍ୟ ମଣିଷ ଈଶ୍ବରଙ୍କ ଦୟାପ୍ରାପ୍ତ ହୋଇଥାଏ: ସୌମ୍ୟ

ଅହଙ୍କାରଶୂନ୍ୟ ମଣିଷ ଈଶ୍ବରଙ୍କ ଦୟାପ୍ରାପ୍ତ ହୋଇଥାଏ: ସୌମ୍ୟ

ନରସିଂହପୁର ସତ୍‌ସଙ୍ଗ ବିହାର ପକ୍ଷରୁ ଆୟୋଜିତ ଭର୍ଚୁଆଲ୍‌ ସତ୍‌ସଙ୍ଗର ବର୍ଷ ପୂର୍ତ୍ତି ପାଳନ

ଭୁବନେଶ୍ବର : ମଣିଷ ଆଜି ଅହଙ୍କାରରେ ଆକ୍ରାନ୍ତ ହୋଇପଡ଼ିଛି। ଅନ୍ୟପ୍ରତି ତା’ର ଦରଦ ଭାବ କମି କମି ଯାଉଛି। ତତ୍‌ସହିତ ପ୍ରକୃତି ବିରୋଧୀ କାର୍ଯ୍ୟ ଅହରହ କରିଚାଲିଛି। ସେଥିପାଇଁ ଆଜି ପ୍ରାକୃତିକ ବିପର୍ଯ୍ୟୟ ସହ କରୋନା ଭଳି ମହାମାରୀ ମଣିଷ ସଭ୍ୟତାକୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ସମସ୍ତ ପ୍ରକାର ଶକ୍ତି ଓ ସାମର୍ଥ୍ୟ ଥିବା ସତ୍ତ୍ବେ ମଣିଷ ଆଜି ସାମାନ୍ୟ କରୋନା ଭୂତାଣୁ ଆଗରେ ଅସହାୟ ହୋଇପଡ଼ିଛି। ମଣିଷ ଈଶ୍ବରଙ୍କ ସନ୍ତାନ ଭାବେ କେବେ ନିଜ ଭିତରେ ଅସହାୟବୋଧ ଆଣିବା ଉଚିତ ନୁହେଁ। ଈଶ୍ବରଙ୍କ ଦୟା ଓ କରୁଣା ପାଇବ‌ାକୁ ହେଲେ ଆମକୁ ଅହଙ୍କାର ଶୂନ୍ୟ ହୋଇ ଅନ୍ୟମାନଙ୍କ ପାଇଁ ଦରଦୀ ହେବା ସହ ପ୍ରକୃତି ବିରୋଧୀ କାର୍ଯ୍ୟରୁ ନିଜକୁ କ୍ଷାନ୍ତ କରିବା ଉଚିତ। ତେବେ ଯାଇ ମଣିଷ ଈଶ୍ବରଙ୍କ କରୁଣା ଓ ସାନିଧ୍ୟ ଲାଭ କରି ଅମୃତ ପଥର ଯାତ୍ରୀ ହୋଇପାରିବ ବୋଲି ନରସସିଂହପୁର ସତ୍‌ସଙ୍ଗ ବିହାର ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ଭର୍ଚୁଆଲ ସତ୍‌ସଙ୍ଗର ୧ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ‘ସମ୍ବାଦ’ର ସଂପାଦକ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି।

ଋତ୍ବିକ ପ୍ରଫେସର ବିଜୟ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟାଜିତ ଏହି ଉତ୍ସବରେ ଋତ୍ବିକ ସଂଜୀବ କୁମାର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପୁଷ୍ପଗିରି ସତ୍‌ସଙ୍ଗ ବିହାରର ଋତ୍ବିକ ପ୍ରମୋଦ କୁମାର ଆଚାର୍ଯ୍ୟ ଯୋଗ ଦେଇ ମଣିଷ ସ୍ବବୈଶିଷ୍ଟ୍ୟରେ ଉଦ୍‌ଭିନ୍ନ ହେବାକୁ ହେଲେ ପୁରୁଷୋତ୍ତମଙ୍କ ଶରଣକୁ ଆସିବାକୁ ପଡ଼ିବ ଏବଂ ମଣିଷର ଜୀବନ ସାର୍ଥକ ସଂଗତି ଲାଭ କରିବ ବୋଲି କହିଥିଲେ। ବରିଷ୍ଠ ଋତ୍ବିକ ପାରେଶ୍ବର ଜେନା ଯୋଗ ଦେଇ ମଣିଷକୁ ଇଷ୍ଟମୁଖୀ ଚଳଣିରେ ଚାଲିବା ପାଇଁ ପଡ଼ିବ। ସବୁକିଛି ଦେଇ ଇଷ୍ଟକୁ ଭଲପାଇବା ପାଇଁ ପଡ଼ିବ। ତେବେ ଯାଇ ସେ ଏକ ସୁନ୍ଦର ଜୀବନର ଅଧିକାରୀ ହୋଇପାରିବ ବୋଲି କହିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିଲ୍ଲୀ ସତ୍‌ସଙ୍ଗ ବିହାରର କର୍ମୀ ବିଶିଷ୍ଟ ସଂଗୀତକାର ସରୋଜ କୁମାର ମହାନ୍ତିଙ୍କ ସଂଚାଳନରେ ସଂଗୀତାଞ୍ଜଳି ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବିତ କୁମାର ମହାନ୍ତି, ଭୁବନେଶ୍ବରର ସୁଶ୍ରୀ ମାହେଶ୍ବେତା ବେହେରା, ବଲାଙ୍ଗୀର ମୀନାକ୍ଷୀ ବାରିକ, ନରସିଂହପୁରର ନମିତା ଓ ସବିତା, ଭୁବନେଶ୍ବରର ଅନୁପମା ମିଶ୍ର ସଂଗୀତ ପରିବେଷଣ କରିଥିଲେ। ସ୍ମରଜିତ ଶତପଥୀ ସମାପନୀ ସଂଗୀତ ଗାନ ସହ ଧ୍ବନି ଦେଇଥିଲେ। ଯାଜକ ପ୍ରଭାତ କୁମାର କାର୍ଯ୍ୟକ୍ରମରେ ବୈଷୟିକ ସହାୟତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe