ସିମେଣ୍ଟ ବୋଝେଇ ଟ୍ରକ ଜଳିଗଲା

Advertisment
ସିମେଣ୍ଟ ବୋଝେଇ ଟ୍ରକ ଜଳିଗଲା

ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ମାଣିକେଶ୍ବରୀ ହାଇସ୍କୁଲ ଛକ ପେଟ୍ରୋଲ ପମ୍ପ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ (ସିଜି ୦୬ଏମ୍‌ ୦୮୬୮) ହଠାତ୍‌ ନିଆଁ ଲାଗି ଜଳି ଯାଇଛି। ଟ୍ରକ୍‌ଟି ଅଟକିଥିବା ବେଳେ ହଠାତ ଇଞ୍ଜିନରେ ନିଆଁ ଲାଗି ଜଳି ଯାଇଥିଲା। ଜୋର୍‌ରେ ଶବ୍ଦ ହେବାରୁ ଲୋକେ ଜୀବନ ବିକଳରେ ଦୈାଡ଼ିବା ଆରମ୍ଭ କରିଥିଲେ।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ। ନିକଟରେ ଏକ ପେଟ୍ରୋଲ ଟ୍ୟାଙ୍କ ଥିବା ଯୋଗୁଁ ଲୋକେ ଭୟଭୀତ ହୋଇ ପଡିଥିଲେ। ଘଟଣାସ୍ଥଳରେ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଟାଉନ୍‌ ଥାନା ପୁଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe