ଶ୍ମଶାନବନ୍ଧୁଙ୍କ ୭ ଶହ ଶବ ସତ୍କାରର ରେକର୍ଡ

Advertisment

ତିନି ମହିଳା ପ୍ରତିନିଧି ଜଣାଇଲେ ସମ୍ମାନ 

ତିନି ମହିଳା ପ୍ରତିନିଧି ଜଣାଇଲେ ସମ୍ମାନ 

ଶ୍ମଶାନବନ୍ଧୁଙ୍କ ୭ ଶହ ଶବ ସତ୍କାରର ରେକର୍ଡ

ସୁନ୍ଦରଗଡ଼:  ଦୁଇ ବର୍ଷ ମଧ୍ୟରେ ୭ ଶହ ମୃତ ଦେହର ଦାହ ସଂସ୍କାର କରିବାର ରେକର୍ଡ ଅର୍ଜନ କରିଛନ୍ତି ସୁନ୍ଦରଗଡ଼ର ଟିମ୍ ଶ୍ମଶାନବନ୍ଧୁ। ଏହା ଛଡ଼ା ୨୨ ବର୍ଷ ହେଲା ଏହି ସେବାକୁ ବ୍ରତ ଭାବେ ଗ୍ରହଣ କରିଥିବା ଟିମ୍  ୧୫ ଶହରୁ ଅଧିକ ଶବ ସତ୍କାର କରିଥିବା ସୂଚନା ରହିଛି।  ସେଥିମଧ୍ୟରେ ଅଧିକାଂଶ ଅଜଣା, ଅଚିହ୍ନା, ଅଲୋଡ଼ା ହୋଇ ପଡ଼ିଥିବା ମୃତଦେହ ରହିଥିଲା। ସବୁଠାରୁ ମହାମାରୀ କରୋନା ସମୟରେ ସେମାନଙ୍କ ମାନବିକତା ପ୍ରଶଂସନୀୟ ଥିଲା।

କରୋନାରେ ଶତାଧିକ ପ୍ରାଣ ହରାଇଥିବା ବେଳେ ସଂକ୍ରମଣ ଭୟରେ ପ୍ରିୟ ପରିଜନ ପାଖ ମାଡ଼ି ନଥିବା ବେଳେ ଶ୍ମଶାନବନ୍ଧୁ ନିଜ ଜୀବନକୁ ପାଣି ଛଡ଼ାଇ ଶବ ମୁହଁରେ ନିଆଁ ଦେଇଥିଲେ। କୋଭିଡ୍ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଲହରରେ ୪୧୦ଟି କରୋନା ସଂକ୍ରମିତ ମୃତଦେହ ସତ୍କାର କରି ଶ୍ମଶାନବନ୍ଧୁ ଜିଲ୍ଲା ତଥା ରାଜ୍ୟରେ ନୂଆ ପରିଚୟ ସୃଷ୍ଟି କରିଥିଲେ। ଏପରିକି ସାମାଜିକ ଗଣମାଧ୍ୟମ ଜରିଆରେ ସେମାନଙ୍କ ଏ ମହତ୍ତ୍ବପୂର୍ଣ୍ଣ ସେବା ବିଦେଶ ମାଟିରେ ବି ପହଞ୍ଚି ପ୍ରଶଂସନୀୟ ହୋଇଥିଲା।

ତେବେ ବୁଧବାର ସୁନ୍ଦରଗଡ଼ ଲୁହୁରାଢିପା ବସ୍ତିର ୪୦  ବର୍ଷୀୟ ରଞ୍ଜିତ ପଣ୍ଡାଙ୍କ ମୃତଦେହ ସତ୍କାର କଲା ବେଳେ ପ୍ରଥମ କରି ତିନି ମହିଳା ପ୍ରତିନିଧି ସୁନ୍ଦରଗଡ଼ ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ, ପୌର ଅଧ୍ୟକ୍ଷା ତନୟା ମିଶ୍ର ଓ ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ମଧୁସିକ୍ତା ମିଶ୍ର ସ୍ବର୍ଗଦ୍ବା୍ରକୁ  ଯାଇ ଟିମ୍ ଶ୍ମଶାନବନ୍ଧୁର ସଦସ୍ୟମାନଙ୍କୁ ସମ୍ମାନ ଜଣାଇଥିଲେ। ମୃତ ପଣ୍ଡାଙ୍କ ଆତ୍ମୀୟ କହିଲେ  ଦୃଷ୍ଟିବାଧିତ ବୃଦ୍ଧା ମା’ ଓ ମାମୁ। ରାଉରକେଲାରେ ରହୁଥିବା ମାମୁ ଖବର ପାଇ ଆସିଥିଲେ ମଧ୍ୟ ସାହି ପଡ଼ିଶା କେହି ପାଖ ନମାଡ଼ିବାରୁ ଅସହାୟ ହୋଇ ପଡ଼ିଥିଲେ। ପରେ ସୂଚନା ପାଇ ଟିମ୍ ଶ୍ମଶାନବନ୍ଧୁର ସଦସ୍ୟ ସିଦ୍ଧାନ୍ତ ପଣ୍ଡା, ଶିଶିର କୁମାର ବେହେରା, ମନୋଜ କୁମାର ତ୍ରିପାଠୀ, କମଲେଶ ନଥାନୀ, ଦେବେନ୍ଦ୍ର ସାହୁ ଓ ଚିଣ୍ଟୁ ରକ୍ସା ହସ୍ପିଟାଲରୁ ଶବକୁ ଆଣି ରାଣୀବଗିଚାସ୍ଥିତ ସ୍ବର୍ଗଦ୍ବାରରେ ସତ୍କାର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀ, ସମାଜସେବୀ ସୁରୁ ମିଶ୍ର, ବିଜେପି ନେତା ଭେଷଜ ରଥ, ସୀତାକାନ୍ତ ପଟେଲ ପ୍ରମୁଖ ଉପସ୍ଥିତ ରହି ଶ୍ମଶାନବନ୍ଧୁଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe