ପଣ୍ଡୁଆ/ କାମାକ୍ଷାନଗର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ଅବସରରେ ରବିବାର ସନ୍ଧ୍ୟାରେ କାମାକ୍ଷାନଗର ବ୍ଲକ ସୋଗର ସ୍ଥିତ ଔଷଧୀୟ ଅରଣ୍ୟ ପରିସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।
କାମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ନୂଆଦିଲ୍ଲୀସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ, କାମାକ୍ଷାନଗର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକାଶ କୁମାର ମହାନ୍ତି ଏବଂ ସ୍ଥାନୀୟ ଅଞ୍ଚଳର ବହୁ ଗାନ୍ଧୀବାଦୀ ବ୍ୟକ୍ତି ଯୋଗ ଦେଇଥିଲେ। ବକ୍ତାମାନେ ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଜୀବନଯାପନ କରିବା ପାଇଁ ପରାମର୍ଶ ଦେଇଥିଲେ । ଗାନ୍ଧିଜୀଙ୍କ ଓଡିଶା ଗସ୍ତ ସମୟର ବିଭିନ୍ନ ଘଟଣା ସମ୍ପର୍କରେ ମତ ପ୍ରକାଶ କରିଥିଲେ।
କମିଟିର ଅରବିନ୍ଦ ରାୟ, ମାୟାଧର ପାଣି, ପ୍ରଭାତ ଦାସ,ଶ୍ରୀରାମ ରାଉତ,ମଙ୍ଗୁତଲାଲ କଟାରୁକା,ଧର୍ମାନନ୍ଦ ପରିଡା,ବାସୁଦେବ ସାହୁ,କାହ୍ନୁ ସାହୁ, ଅନ୍ତର୍ଯ୍ୟାମୀ ନାୟକ,ମନୋଜ ସାହୁ,ସର୍ବେଶ୍ୱର ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
Follow Us