କେନ୍ଦ୍ର ଲଗାଇବନି ଲକ୍‌ଡାଉନ୍‌; ଏବେ ରାଜ୍ୟ ପାଖରେ ମାଇକ୍ରୋ‌ ଲକ୍‌ଡାଉନ୍‌ର ଅଧିକାର

Advertisment

କରୋନା ନିୟନ୍ତ୍ରଣ ପାଇଁ ନୂଆ ରଣନୀତି

କରୋନା ନିୟନ୍ତ୍ରଣ ପାଇଁ ନୂଆ ରଣନୀତି

ଲକ୍‌ଡାଉନ୍‌ରେ କମିଛି ନିଶା ବେପାର: ଅବକାରୀ ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ବାରା ଦେଶରେ ଅନ୍‌ଲକ୍‌ ପର୍ଯ୍ୟାୟ ଜାରି ରହିଥିବା ବେଳେ ପୁଣି ଥରେ ଲକ୍‌ଡାଉନ୍‌ ଲଗାଇବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସ୍ପଷ୍ଟ କରିଦେଇଛି। ତେବେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟମାନଙ୍କୁ ମିନି ମାଇକ୍ରୋ ଜୋନ୍ ଅର୍ଥାତ୍‌ କଣ୍ଟେନମେଣ୍ଟ ଜୋନ୍‌ରେ ସକ୍ରିୟତାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ର ଅନୁସାରେ କରୋନା ସଂକ୍ରମଣର ମାମଲା ଲଗାତାର ବୃଦ୍ଧି ହେଉଥିବା ପରିପ୍ରେକ୍ଷୀରେ ମାଇକ୍ରୋ ଲକ୍‌ଡାଉନ୍‌ର ଅଧିକାର ରାଜ୍ୟମାନଙ୍କ ପାଖରେ ରହିଛି। ଯଦି କୌଣସି ରାଜ୍ୟର ଗୋଟିଏ ଅଞ୍ଚଳରେ ଅଥବା ସହରରେ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଏ, ଏମିତି ଏକ ସ୍ଥିତିରେ ସେହି ଇଲାକାରେ କିଛି ଦିନ ପାଇଁ ଲକ୍‌ଡାଉନ୍‌ ଲଗାଯାଇପାରିବ। ଓଡ଼ିଶା, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ସପ୍ତାହରେ ଶନିବାର ଓ ରବିବାର ଲକ୍‌ଡାଉନ୍‌ ନୀତି ଉପରେ କାର୍ଯ୍ୟ କରୁଥିବାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଉଦାହରଣ ଦେଇ ଏ କଥା କହିଛନ୍ତି।

ଏତଦ୍‌ ବ୍ୟତୀତ ଲକ୍‌ଡାଉନ୍‌ର କୁପ୍ରଭାବ ଏବଂ ପ୍ରଥମେ ହୋଇଥିବା ଭୁଲ୍‌ଗୁଡ଼ିକରୁ ଶିକ୍ଷା ନେବା ସହିତ ନିୟମଗୁଡ଼ିକ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ରାଜ୍ୟମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଧିକାରୀ ଜଣଙ୍କ କହିଛନ୍ତି। ମାର୍ଚ୍ଚ ୨୪ରେ ଜନତା କର୍ଫ୍ୟୁ, ପରେ ୩୧ ମେ’ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅଲଗା ଅଲଗା ପର୍ଯ୍ୟାୟରେ ଲାଗୁ ହେବା ପରେ ଜୁନ୍‌ ୧ ତାରିଖଠାରୁ ଦେଶରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରବାସୀ ଶ୍ରମିକମାନଙ୍କ ପଳାୟନ ତଥା ଅନ୍ୟ ଗାଇଡ୍‌ଲାଇନ୍‌ଗୁଡ଼ିକର ଅଣଦେଖା ପାଇଁ ଓଡ଼ିଶା ସମେତ ଅନେକ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ବ୍ୟାପି ଯାଇଛି।

publive-image Zee News

ମିଳିଥିବା ସୂଚନା ଅନୁସାରେ ଯଦି କୌଣସି ଅଞ୍ଚଳରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଏ, ସେହି ଅଞ୍ଚଳକୁ ତୁରନ୍ତ ମାଇକ୍ରୋ ଜୋନ୍‌ ଘୋଷଣା କରାଯାଇ ପଦକ୍ଷେପ ନେବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ସକ୍ରିୟତାର ସହ କାର୍ଯ୍ୟ ପରିଚାଳନା କରିବା ଜରୁରୀ ଓ ‌ସମୟର ଆବଶ୍ୟକତା ବୋଲି ମଧ୍ୟ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଯଦି ଏଭଳି କରାନଯାଏ ତାହେଲେ ସଂକ୍ରମଣ ଅଧିକ ମାତ୍ରାରେ ହେବ ବୋଲି ମଧ୍ୟ ଆଶଙ୍କା ବ୍ୟକ୍ତ କରାଯାଇଛି। ଏହା ସତ୍ତ୍ବେ ଯଦି ସ୍ଥିତିରେ ପରିବର୍ତ୍ତନ ନ ହୁଏ, ତାହାହେଲେ କିଛି ଘଣ୍ଟା କିମ୍ବା କିଛି ଦିନର ମାଇକ୍ରୋ ଲକ୍‌ଡାଉନ୍‌ ଏକ ନିର୍ଦ୍ଧାରିତ ସୀମାରେ ଲଗାଯାଇପାରିବ ବୋଲି କେନ୍ଦ୍ର ମତ ପ୍ରକାଶ କରିଛି। ସଂକ୍ରମଣର ‌ଅଭିବୃଦ୍ଧିରେ ହ୍ରାସ ହେଉଥିବା ରାଜ୍ୟମାନଙ୍କରେ ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌ ଉପରେ କଡାକଡ଼ି ଭାବେ ନିୟମ ପାଳନ ପାଇଁ ପରାମର୍ଶ ଦିଆଯାଇଛି। ଓଡ଼ିଶା, ବିହାର ଓ ପଶ୍ଚିମବଙ୍ଗ କରୋନାର ନୂଆ ଏପିକ୍ ସେଣ୍ଟର ରୂପେ ଉଭା ହେଉଥିବା ନେଇ ବିଭିନ୍ନ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଉଥିବାରୁ ଏସବୁ ରାଜ୍ୟମାନଙ୍କୁ ଆଗକୁ ଆହୁରି ସତର୍କତା ଅବଲମ୍ବନ ପାଇଁ ଅନୁରୋଧ କରାଯାଇଥିବାର ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe