କେନ୍ଦ୍ର କୃଷି ଆଇନ୍‌କୁ ତର୍ଜମା କରାଯାଉଛି

Advertisment
ବଜେଟ୍‌ରେ କୃଷି କ୍ଷେତ୍ରରେ ଗବେଷଣା, ବିକାଶକୁ ଗୁରୁତ୍ବ

TwoCircles.net

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଦ୍ବାର ସଦ୍ୟ ପ୍ରଣିତ ତିନିଟି କୃଷି ଆଇନ୍‌କୁ ରାଜ୍ୟରେ କାର୍ଯ୍ୟକାରୀ କରିବା ‌େନଇ ସମବାୟ ବିଭାଗ ଦ୍ବାରା ତର୍ଜମ‌ା କରା‌ଯାଉଛି। ତର୍ଜମା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ବିଧାସନଭାରେ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ସୂଚନା ଦେଇଛନ୍ତି।

କୃଷି ନୀତି ସମ୍ପର୍କରେ ଅଶ୍ବିନୀ କୁମାର ପାତ୍ରଙ୍କ ଆଉ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ ରାଜ୍ୟ ସରକାର ୨୦୧୩ ମସିହାରେ ପ୍ରଣୀତ କୃଷି ନୀତିକୁ ପୁନଃ ନବୀକରଣ କରି ନୂଆ ଭାବେ ବିକାଶମୂଳକ କୃଷି ନୀତି - ୨୦୨୦ ‘ସମୃଦ୍ଧି’ ପ୍ରଣୟନ କରିଛନ୍ତି। ପୂର୍ବ ପ୍ରଣୀତ କୃଷି ନୀତିମାନ ମୁଖ୍ୟତଃ କୃଷି କ୍ଷେତ୍ରରୁ ଉତ୍ପାଦନ ବୃଦ୍ଧି କରିବା ଉପରେ କେନ୍ଦ୍ରିତ ଥିଲା। କିନ୍ତୁ ବର୍ତ୍ତମାନର କୃଷି ନୀତି କୃଷି ଉତ୍ପାଦଗୁଡ଼ିକୁ ମୂଲ୍ୟଯୁକ୍ତ କରିବା ତଥା ସେଗୁଡ଼ିକର ସମୁଚିତ ବିପଣନ ଦିଗରେ ଦୃଷ୍ଟି କେନ୍ଦ୍ରିତ କରିଛି, ଯେପରି କି ଚାଷୀମାନେ ସେମାନଙ୍କ ଉତ୍ପାଦ ପାଇଁ ବଜାରରୁ ଅଧିକରୁ ଅଧିକ ମୂଲ୍ୟ ପାଇ ଲାଭବାନ ହେବେ ଓ ତା’ର ଆୟ ବୃଦ୍ଧି ଘଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe