ଚାଉଳ ନମୁନାର ପୁନଃ ନିରୀକ୍ଷଣ ପାଇଁ ଆସିନାହାନ୍ତି କେନ୍ଦ୍ରୀୟ ଯାଞ୍ଚ ଅଧିକାରୀ

Advertisment
ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା: ବିଡ଼ିଆ ପାନରେ ବ୍ୟବହୃତ ହେବ ଗୁଆ

The Asian Age

ଭୁବନେଶ୍ବର : କେନ୍ଦ୍ର ଖାଦ୍ୟ ଓ ସାଧାରଣ ବିତରଣ ବିଭାଗ ପକ୍ଷରୁ ଯେଉଁ ଚାଉଳ ନମୁନାକୁ ଅନୁପଯୁକ୍ତ ଦର୍ଶାଇଥିଲେ ତାହାର ପୁନଃ ନିରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ବାରମ୍ବାର ପରୀକ୍ଷା ପାଇଁ ଅନୁରୋଧ କରିଥିଲେ ହେଁ କେନ୍ଦ୍ର ସରକାର ବର୍ତମାନସୁଦ୍ଧା କୌଣସି ଯାଞ୍ଚ ଅଧିକାରୀଙ୍କୁ ନିୟୋଜିତ କରି ନ ଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ନାୟକ କହିଛନ୍ତି ଯେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବିତରଣ ବିଭାଗର ସହକାରୀ ନିର୍ଦେଶକଙ୍କ ନେତୃତ୍ବରେ ଗଠିତ କେନ୍ଦ୍ରୀୟ ଟିମ୍ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିଥିଲେ। ଏସବୁ ଜିଲ୍ଲାରୁ ୧୧୦ଟି ଚାଉଳ ନମୁନା ସଂଗ୍ରହ କରିଥିଲେ। ସେହି ନମୁନାକୁ ନୂଆଦିଲ୍ଲୀସ୍ଥିତ ପ୍ରୟୋଗଶାଳାରେ ପରୀକ୍ଷା କରି ୪୦ଟି ନମୁନାକୁ ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ ବାହାରେ ବା ବିୟଣ୍ଡ ଏଫ୍‌ଏସ୍‌ଏସ୍‌ଏଆଇ ଥିବା ଦର୍ଶାଇଥିଲେ। ଏହାସହ ୬୦ଟି ନମୁନା ଖାରଜ ସୀମା ବାହାରେ ବା ବିୟଣ୍ଡ ରିଫ୍ରାକ୍ସନ୍ ଲିମିଟ୍‌ ଥିବା କୁହାଯାଇଥିଲା। ତେବେ ରାଜ୍ୟ ସରକାର ଏହି ଫଳାଫଳ ସହିତ ସହମତ ନ ହୋଇ ୪୦ ନମୁନାକୁ ଏନ୍‌ଏବିଏଲ୍‌ ପ୍ରୟୋଗଶାଳାକୁ ଗୁଣବତ୍ତା ପରୀକ୍ଷା ପାଇଁ ପଠାଇଥିଲେ। ଏନ୍‌ଏବିଏଲ୍‌ ରିପୋର୍ଟ ଅନୁସାରେ ସେଗୁଡ଼ିକର ଗୁଣବତ୍ତା ଉପଯୁକ୍ତ ମାନର ବା ଏଫ୍‌ଏକ୍ୟୁ ଥିବା ଜଣାପଡ଼ିଛି। ସେହି ରିପୋର୍ଟ ଆଧାରରେ ରାଜ୍ୟ ସରକାର ଗତ ଜୁନ୍ ୭ତାରିଖରେ ଚାଉଳର ପୁନଃ ନରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏ ସଂକ୍ରାନ୍ତରେ ମଗାଯାଇଥିବା ସ୍ପଷ୍ଟୀକରଣ ଓ ପୁନଃ ନିରୀକ୍ଷଣ ତଥ୍ୟ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ଅପେକ୍ଷା କରାଯାଇଛି। କେନ୍ଦ୍ର ସରକାରଙ୍କଠାରୁ ସ୍ପଷ୍ଟୀକରଣ ଆସିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe