ନବୀନ ବାବୁଙ୍କୁ ଛୁଇଁବାକୁ କେନ୍ଦ୍ର ସରକାରଙ୍କ ସାହସ ନାହିଁ: ପିସିସି ସଭାପତି

ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି,ବିଜୁ ଜନତା ଦଳ(ବିଜେଡି) ପାଇଁ ଏବେ ଐତିହାସିକ ନିଷ୍ପତି ନେବାର ସମୟ ଆସିଛି। ରାଜ୍ୟରେ ବହୁ ଦିନରୁ ଚର୍ଚ୍ଚା ହେଉଥିଲା ବିଜେଡି ଏବଂ ବିଜେପି ଗୋଟିଏ ଦଳ...

Central government doesn't have the courage to touch Naveen Babu: PCC President

Central government doesn't have the courage to touch Naveen Babu: PCC President Photograph: (sambad.in)

ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ବିଜୁ ଜନତା ଦଳ(ବିଜେଡି) ପାଇଁ ଏବେ ଐତିହାସିକ ନିଷ୍ପତି ନେବାର ସମୟ ଆସିଛି।

ରାଜ୍ୟରେ ବହୁ ଦିନରୁ ଚର୍ଚ୍ଚା ହେଉଥିଲା ବିଜେଡି ଏବଂ ବିଜେପି ଗୋଟିଏ ଦଳ। ଯଦି ଏଥିରେ ସତ୍ୟତା ନାହିଁ, ତେବେ ତାହା ଏବେ ପ୍ରମାଣିତ କରିବାର ସମୟ ଆସିଛି ବୋଲି ପିସିସି ସଭାପତି  ଭକ୍ତ ଚରଣ ଦାସ କହିଛନ୍ତି।

୫୧ ବିଧାୟକ ଜିତିଲେ ହେଲେ ଜଣେ ସାଂସଦ କେଉଁ ଭଳି ଜିତିପାରିଲେ ନାହିଁ। ଦଳର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ବହୁ ବିଧାୟକ ହାରିଛନ୍ତି। ରାଜ୍ୟସଭାରେ ଯେଉଁ ନେତା ଅଛନ୍ତି ସେମାନେ ଇଣ୍ଡିଆ ମେଣ୍ଟକୁ ସମର୍ଥନ କରିବାକୁ କହୁଛନ୍ତି। 

ତେଣୁ ବିଜେଡି ଏବେ ଇଣ୍ଡିଆ ମେଣ୍ଟକୁ ସହଯୋଗ କରିବାର ସମୟ ଆସିଛି। ଭୟରୁ ବିଜେଡି ମୁକ୍ତ ହେବା ଦରକାର। ଏତେ ବଡ ଦଳକୁ ଏଭଳି ନଷ୍ଟ କରିବା କଥା ନୁହେଁ।  ନବୀନ ବାବୁଙ୍କ ନିଷ୍ପତ୍ତି ବିଜେଡି ଭବିଷ୍ୟତ ନିର୍ଦ୍ଧାରଣ ହେବ।

ନବୀନ ବାବୁଙ୍କୁ ଛୁଇଁବାକୁ କେନ୍ଦ୍ର ସରକାରଙ୍କ ସାହସ ନାହିଁ। କାହିଁକି ନବୀନ ବାବୁ ଚାପରେ ରହୁଛନ୍ତି। ଯଦି ବିଜେଡି ଯଦି ମତଦାନରୁ ବିରତ ରହୁଛି ତେବେ ତାହା ମଧ୍ୟ ବିଜେପିକୁ ସମର୍ଥନ କଲା ଭଳି। ତେଣୁ ନବୀନ ବାବୁ ନିଷ୍ପତ୍ତି ନିଅନ୍ତୁ ଏବଂ ଦଳକୁ ବଞ୍ଚାନ୍ତୁ।

ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମିଳନୀରେ ଭକ୍ତ ଚରଣ ଦାସ କହିଛନ୍ତି, ୨୦୧୮ ରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ଅନେକ ଛାତ୍ରନେତା ଦେଶ ଏବଂ ରାଜ୍ୟରେ ବିଭିନ୍ନ ବଡ ପଦପଦବୀରେ ରହି ନିଜର  ଦକ୍ଷତା ପ୍ରତିପାଦିତ କରୁଛନ୍ତି। ତେବେ କାହିଁକି ସରକାର ଛାତ୍ର ନେତାଙ୍କୁ ଅଣଦେଖା କରୁଛନ୍ତି।

ବିଜେଡି ଓ ବିଜେପି ଉଭୟ ସରକାର ଏହି ଅପରାଧ କରିଛନ୍ତି, ଏବେ ଏହି ଅପରାଧରୁ ମୁକ୍ତ ହେବାର ସମୟ ଆସିଛି। ଛାତ୍ରଙ୍କ ଅଧିକାର ସରକାର କାହିଁକି ଦମନ କରୁଛନ୍ତି ? ସମୟ ଆସିଛି ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା କରନ୍ତୁ ବୋଲି ଭକ୍ତଚରଣ ଦାସ କହିଛନ୍ତି।

 Bhakta Charan Das | congress | BJP | BJD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe