ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ କେନ୍ଦ୍ର ସରକାରଙ୍କର କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି: ମୁଖ୍ୟମନ୍ତ୍ରୀ

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ କେନ୍ଦ୍ର ସରକାରଙ୍କର କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି। ସେସବୁ ଅନୁସାରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ଯୋଜନା ପାଇଁ ଅର୍ଥ ଆବଣ୍ଟନ ହୋଇଥାଏ...

Central Government has certain criteria for awarding particular states: Chief Minister

Central Government has certain criteria for awarding particular states: Chief Minister Photograph: (sambad.in)

ଭୁବନେଶ୍ବର: ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ କେନ୍ଦ୍ର ସରକାରଙ୍କର କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି। ସେସବୁ ଅନୁସାରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ଯୋଜନା ପାଇଁ ଅର୍ଥ ଆବଣ୍ଟନ ହୋଇଥାଏ।

ଆଗାମୀ ଦିନରେ ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବରେ ଗଢ଼ି ତୋଳିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏଭଳି ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ବିଧାନସଭାରେ ସାନ୍ତାଳୀ ଭାଷାର ଶତବାର୍ଷିକୀ ପାଳନ ପାଇଁ ବିଧାୟକମାନଙ୍କ ଦାବି

ବିଜେଡ଼ିର ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ବିଧାନସଭାରେ ଅଣତାରକା ପ୍ରଶ୍ନ ପଚାରିଥିଲେ ଯେ, ଓଡିଶାକୁ ସ୍ୱତନ୍ତ୍ର ଶ୍ରେଣୀ ମାନ୍ୟତା ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କର ନିର୍ଦ୍ଧିଷ୍ଟ ମତ କଣ ରହିଛି। ଏହି ମାନ୍ୟତା ପାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିବେ କି, ଯଦି ହଁ କେବେ ସୁଦ୍ଧା , ଯଦି ନାଁ କେଉଁ କାରଣ ପାଇଁ।

ଅଧିକ ପଢ଼ନ୍ତୁ:  ୩ଶହରୁ ୩ହଜାର ଟଙ୍କା ଦେଇ ଛାତ୍ରଛାତ୍ରୀ କରୁଛନ୍ତି କପି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe