ଘରୋଇ କମ୍ପାନିକୁ ଫାଇଦା ଦେବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି: ଶ୍ରୀକାନ୍ତ ଜେନା

ରାଜ୍ୟରେ ସାର ସଙ୍କଟ ‌ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ଏହି ବିଭାଗର ମନ୍ତ୍ରୀ ଥିଲାବେଳେ ତାଳଚେର ସାର କାରଖାନା ଚାଲୁ କରିବାକୁ ପ୍ରଥମେ ପ୍ରସ୍ତାବ ଦେଇଥିଲି...

Central government plans to benefit private companies: Srikanth Jena

Central government plans to benefit private companies: Srikanth Jena Photograph: (sambad.in)

ଭୁବନେଶ୍ବର: ରାଜ୍ୟରେ ସାର ସଙ୍କଟ ‌ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ଏହି ବିଭାଗର ମନ୍ତ୍ରୀ ଥିଲାବେଳେ ତାଳଚେର ସାର କାରଖାନା ଚାଲୁ କରିବାକୁ ପ୍ରଥମେ ପ୍ରସ୍ତାବ ଦେଇଥିଲି ।

ଦେଶରେ ଅକାମୀ ହୋଇ ପଡିଥିବା ୬ଟି ସାର କାରଖାନା ଆମ ସରକାର ସମୟରେ ଚାଲୁ କରିବାକୁ ଟଙ୍କା ଦିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ୫ଟି ଚାଲିଛି କେବଳ ସେତେବେଳର ଓଡ଼ିଶା ସରକାରଙ୍କ ପାଇଁ ତାଳଚେର କାରଖାନା କାମ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଚାଇନିଜ୍ ଟେକ୍ନୋଲୋଜି ଅକାମୀ ହେବାରୁ  ଏହା ବନ୍ଦ ହୋଇ ପଡ଼ିଛି । ଟେକ୍ନୋଲୋଜି ବଦଳାଇବାକୁ ସେ କହିଛନ୍ତି ।

ଓଏମଜିସି ଗ୍ୟାସ୍ ଯୋଗାଇବ ନାହିଁ କାହିଁକି ବୋଲି ଶ୍ରୀକାନ୍ତ ପ୍ରଶ୍ନ କରିଛନ୍ତି। ଜାଣିଶୁଣି ସାର କାରଖାନା କେନ୍ଦ୍ର ସରକାର ବନ୍ଦ କରିଥିବା ଅଭିଯୋଗ ଆଣିଛନ୍ତି। ଘରୋଇ କମ୍ପାନିକୁ ଫାଇଦା ଦେବାକୁ ଏଭଳି କାମ କରିଛନ୍ତି । ସେତେବେଳେ ୨୦ ହଜାର କୋଟି ଟଙ୍କା ଦେଇ ଆମ ସରକାର ଦେଇଥଲେ । କିନ୍ତୁ  ଦୁର୍ଭାଗ୍ୟର କଥା ତାଳଚେର ସାର କାରଖାନା କାରଖାନା ଚାଲୁନାହିଁ । 

ଦେଶରେ ସାରର ଅଭାବ ନାହିଁ। ଦେଶରେ ସାର ସରପ୍ଲସ୍ ରହିଛି।  ଅଭାବ କାହିଁକି ହେବ । ଯେତିକି ଦରକାର ରାଜ୍ୟ ସରକାର କେନ୍ଦ୍ରକୁ ମାଗି ନାହାନ୍ତି । କାରଣ ଯେତିକି ମାଗିଥିବେ ସେତିକି ନିଶ୍ଚିନ୍ତ କେନ୍ଦ୍ର ସରକାର ଦେଇଥିବେ । ଅଭାବ କାହିଁକି ହେବ । ଏଥିପାଇଁ ରାଜ୍ୟସରକାର ଦାୟୀ । ଅଭାବକୁ ଦେଖି ସାର କଳାବଜାରୀ ହେଉଛି । ସାର ଦାମ୍ ତିନି ଗୁଣା ହୋଇଛି । ଏଭଳି ଦାମ୍ ବଢ଼ିବା ଆଗରୁ କେବେ ଦେଖି ନଥିଲି ବୋଲି ଶ୍ରୀକାନ୍ତ ଜେନା କହିଛନ୍ତି।

Srikanth Jena | congress

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe