କେନ୍ଦ୍ର ସରକାରଙ୍କ ଜିଏସ୍‌ଟି ଚୋରି ଦୁର୍ଭାଗ୍ୟଜନକ: କଂଗ୍ରେସ

Advertisment
ଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: କଂଗ୍ରେସ

The Samikhsya

ଭୁବନେଶ୍ୱର : ଦେଶରେ ଜିଏସ୍‌ଟି ଚୋରିକୁ ନେଇ ଏକ ଅଭାବନୀୟ ସ୍ଥିତି ଦେଖାଦେଇଛି। ସିଏଜି ନିଜେ କେନ୍ଦ୍ର ସରକାରଙ୍କ ଏହି କାରନାମାର ପର୍ଦ୍ଦାଫାଶ କରିଛନ୍ତି। ଯାହାକି ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାର ଜିଏସ୍‌ଟି ଅର୍ଥ ହେରଫେର କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଏପରି ସମାଲୋଚନା କରିଛନ୍ତି। ଏହି ଚୋରୀରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଥିବା ନେଇ ଶ୍ରୀ କାନୁନଗୋ ଟାର୍ଗେଟ୍‌ କରିଛନ୍ତି। ସ୍ବଚ୍ଛତାର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ପାଇଁ ସେ ଦାବି କରିଛନ୍ତି।

ଶ୍ରୀ କାନୁନଗୋ କହିଛନ୍ତି, ଜିଏସ୍‌ଟି କ୍ଷତିଭରଣା ପାଇଁ ରାଜ୍ୟବାସୀଙ୍କୁ କେବଳ ପ୍ରତିଶ୍ରୁତି ଦିଆଯାଇନଥିଲା ଏଥିପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯାଇଥିଲା। ଆଦାୟ ହୋଇଥିବା ସେସ୍‌ ପାଣ୍ଠିରୁ ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା ହୋଇଥିଲା। କିନ୍ତୁ ସିଏଜିଙ୍କ ରିପୋର୍ଟ ଅନୁଯାୟୀ, ଏହି ସେସ୍‌ ଅର୍ଥକୁ କେନ୍ଦ୍ର ସରକାର ସଂଗଠିତ ପାଣ୍ଠିରେ ଜମା କରିଛନ୍ତି। ୨୦୧୬-୧୭, ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ପ୍ରାୟ ୫୦ ହଜାର କୋଟି ଟଙ୍କାକୁ ଡାଇଭର୍ଟ କରାଯାଇଛି। ଏହି ଅର୍ଥ ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଥିଲେ ଆଜି ହୁଏତ ସେମାନଙ୍କ ପାଖରେ ଆର୍ଥିକ ଅଭାବ ନଥାନ୍ତା। ଶ୍ରୀ କାନୁନଗୋ ଅଭିଯୋଗ କରିଛନ୍ତି କେନ୍ଦ୍ର ସରକାର ଏପରି କରି ରାଜ୍ୟମାନଙ୍କ ସହ ବିଶ୍ବାସଘାତକତା କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପ୍ରତିନିଧିମାନେ ଉତ୍ତର ରଖିବା ଦରକାର। ଏତେବଡ଼ ଘଟଣା ଘଟିବା ପରେ ବି ରାଜ୍ୟ ସରକାର ପ୍ରତିବାଦ କରିନାହାନ୍ତି। ଏଥିରୁ ଜଣାପଡ଼ୁଛି କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ବିଜେଡି ସରକାର ହାତ ମିଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe