ଟିକା ବଣ୍ଟନରେ ପାତରଅନ୍ତର ଅଭିଯୋଗକୁ ଖଣ୍ଡନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

Advertisment

୨୮ମାର୍ଚ୍ଚରେ ଓଡ଼ିଶାକୁ ମିଳିବ ଆହୁରି ୫.୫ ଲକ୍ଷ ଟିକା: ଧର୍ମେନ୍ଦ୍ର ପ୍ରଧାନ

୨୮ମାର୍ଚ୍ଚରେ ଓଡ଼ିଶାକୁ ମିଳିବ ଆହୁରି ୫.୫ ଲକ୍ଷ ଟିକା: ଧର୍ମେନ୍ଦ୍ର ପ୍ରଧାନ

ଟିକା ବଣ୍ଟନରେ ପାତରଅନ୍ତର ଅଭିଯୋଗକୁ ଖଣ୍ଡନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

Image Courtesy of MoneyControl

ଭୁବନେଶ୍ବର: କରୋନା ଟିକା ଯୋଗାଣ ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବା ପ୍ରସଙ୍ଗରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉତ୍ତର ରଖିଛନ୍ତି। ଟିକା ବଣ୍ଟନରେ ପାତରଅନ୍ତର ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।  ମାର୍ଚ୍ଚ ୨୭ ସୁଦ୍ଧା ରାଜ୍ୟକୁ ୩୪ ଲକ୍ଷ ୪୬ ହଜାର ୭୬୦ ଡୋଜ୍‌ ଦିଆଯାଇଛି। ଏଥିରୁ ୨୧ ଲକ୍ଷ ୬୭ ହଜାର ୯୫୬ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ରାଜ୍ୟ ସରକାର ୨୨ ଲକ୍ଷ ୯୭ ହଜାର ୪୩୧ ଡୋଜ୍‌ ବ୍ୟବହାର ହୋଇଛି। ଏହି ଦୃଷ୍ଟିରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ ୧୧ ଲକ୍ଷ ୪୯ ହଜାର ୩୨୯ ଡୋଜ୍‌ ଟିକା ରହିବା କଥା। ପ୍ରତିଦିନ ସମସ୍ତ ରାଜ୍ୟର ଟିକାର ସ୍ଥିତି ନେଇ ସମୀକ୍ଷା କରାଯାଉଛି। ଗତ ୩ ଦିନରେ ଓଡ଼ିଶାରେ ୨ ଲକ୍ଷ ୭ ହଜାର ୨୨୯ ଜଣଙ୍କୁ ଟିକା ଦିଆଯାଇଛି। ଓଡ଼ିଶାକୁ ଶୁକ୍ରବାର ୫ ଲକ୍ଷ ୪୮ ହଜାର ୨୫୦ ଡୋଜ୍‌ ପଠାଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି। ଏଥିସହ ସେ ପତ୍ରରେ ଲେଖିଛନ୍ତି କି ଓଡ଼ିଶାରେ ଟିକାକରଣର ବେଗ ଓ ଆବଶ୍ୟକତାକୁ ସମୀକ୍ଷା କରାଯାଉଛି, ତେଣୁ ତଦନୁସାରେ ଠିକ ସମୟରେ ଟିକା ଯୋଗାଇ ଦିଆଯିବ।

ସେହିପରି ଟିକା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବା ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଟୁଇଟ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ କୋଭିଡ ଟିକା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ କଥା ହୋଇଛି। କୋଭିଡ ଟିକାର କୌଣସି ଅଭାବ ରହିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାକୁ ଏଯାଏଁ ୩୪.୪୬ ଲକ୍ଷ ଡୋଜ୍‌ ଯୋଗାଇ ଦିଆଯାଇଛି। ଏଥି ମଧ୍ୟରୁ ୨୩ ଲକ୍ଷ ଡୋଜ୍‌ ଟିକାକରଣ ହୋଇଛି। ୨୮ମାର୍ଚ୍ଚରେ ଓଡ଼ିଶାକୁ ଆହୁରି ୫.୫ ଲକ୍ଷ ଟିକା ମିଳିବ। ଓଡ଼ିଶା କିମ୍ବା ଅନ୍ୟ ରାଜ୍ୟରେ ଟିକାର କୌଣସି ଅଭାବ ହେବ ନାହିଁ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଏକ ପତ୍ର ଲେଖିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ବର୍ତ୍ତମାନ ପରି‌ପ୍ରେକ୍ଷୀରେ ରାଜ୍ୟରେ ଦିନକୁ ୧ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ୨ ଲକ୍ଷକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ପରିପୂରଣ ଲାଗି ଅଧିକ ପରିମାଣର ଟିକାର ପ୍ରଯୋଜନ ରହିଛି। ଏପରି ସ୍ଥଳେ ଆବଶ୍ୟକ ସଂଖ୍ୟକ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପତ୍ର ଲେଖିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରାଳ‌ୟର ସଚିବଙ୍କୁ ଲେଖିଥିବା ଏହି ପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ, ଟିକା ଯୋଗାଣରେ ରାଜ୍ୟ ରାଜ୍ୟ ମଧ୍ୟରେ କୌଣସି ପ୍ରକାର ପାତରଅନ୍ତ କରାଯିବା ଉଚିତ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe