କାଳିଆପାଣି : କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ସବୁ ବର୍ଗର ସାଧାରଣ ଶ୍ରମିକଙ୍କ ପାଇଁ ୪ ଗୋଟି ନୂଆ ଶ୍ରମ ସଂହିତା ଘୋଷଣାର ୪ ଦିନ ମଧ୍ୟରେ ଏହାକୁ ସୋମବାର ଠାରୁ ଓଡ଼ିଶା ଖଣି ନିଗମ(ଓଏମ୍ସି)ରେ ବିଧିବଦ୍ଧ ଲାଗୁ କରାଯାଇଛି।
ଖଣି ସୁରକ୍ଷା ମହାନିର୍ଦ୍ଦେଶକ ଉଜ୍ଜ୍ବଳ ତାହଙ୍କ ନିର୍ଦ୍ଦେଶରେ ଭୁବନେଶ୍ବର ଜୋନ ଖଣି ସୁରକ୍ଷା ନିର୍ଦ୍ଦେଶକ ଅବନୀଶ କୁମାର ମିଶ୍ରଙ୍କ ପରାମର୍ଶରେ ଖଣି ସୁରକ୍ଷା ଉପନିର୍ଦ୍ଦେଶକ(ଡିଡିଏମ୍ଏସ୍) ଟାଙ୍ଗଲାପଲ୍ଲୀ ହରିପ୍ରସାଦ ଓଏମ୍ସି ଖଣିରେ ପହଞ୍ଚି ଏ ସଂପର୍କିତ ଘୋଷଣାକୁ ସୁନିଶ୍ଚିତ କରିଥିଲେ।
ଆହୁରି ପଢ଼ନ୍ତୁ:3 Days Old Baby Girl Sold: ଆଗୁଆ ଜିଲ୍ଲାର ବିକଳ ଚିତ୍ର: ନବଜାତ ଶିଶୁକୁ ବିକ୍ରି ଅଭିଯୋଗ, ଉଦ୍ଧାର କଲେ ଜିଲ୍ଲା ପ୍ରଶାସନ
ଏହାକୁ ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ କହିଥିଲେ। ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣିର କେସିସି-ଡେକୋ କ୍ୟାଣ୍ଟିନ ଗ୍ରାଉଣ୍ଡରେ ଆଞ୍ଚଳିକ ପ୍ରବନ୍ଧକ ଇଂ ଅବନୀକାନ୍ତ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ସାଧାରଣ ସମାବେଶରେ ଡିଡିଏମ୍ଏସ୍ ଶ୍ରୀ ହରିପ୍ରସାଦ ମୁଖ୍ୟ ଅତିଥି ଭାବେ ମଜୁରି ସଂହିତା-୨୦୧୯, ଶିଳ୍ପ ସଂପର୍କ ସଂହିତା-୨୦୨୦, ସାମାଜିକ ନିରାପତ୍ତା ସଂହିତା-୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ସ୍ଥିତି ସଂହିତା-୨୦୨୦ ବ୍ୟାଖ୍ୟା କରିଥିଲେ।
ସମାନ କାମକୁ ସମାନ ମଜୁରି
ସେ କହିଥିଲେ ଯେ, ଶ୍ରମ ଭିତ୍ତିକ ସଂସ୍କାର ଆଧାରରେ ପୂର୍ବ ପ୍ରଚଳିତ ୨୯ ଗୋଟି ଶ୍ରମ ନିୟମ ସ୍ଥାନରେ ଲାଗୁ ହୋଇଥିବା ଏହି ୪ଟି ନୂଆ ସଂହିତା ଶ୍ରମିକଙ୍କୁ ସଶକ୍ତ କରିବ ଓ ସହଜ ବ୍ୟବସାୟ ପ୍ରସାର କରିବ। ଏଣିକି ଖଣି ଶ୍ରମିକଙ୍କ କ୍ଷେତ୍ରରେ ପ୍ରତିବର୍ଷ ସ୍ବାସ୍ଥ୍ୟ ପରୀକ୍ଷା(ପିଏମ୍ଇ) ବ୍ୟବସ୍ଥା ଓ ଲିଙ୍ଗଗତ ବୈଷମ୍ୟ ନିଷିଦ୍ଧ କରାଯାଇଛି। ସମାନ କାମକୁ ସମାନ ମଜୁରି ସହ ମହିଳାଙ୍କ ପାଇଁ ରାତିରେ କାମ ଅନୁମତି ବ୍ୟବସ୍ଥା ରଖାଯାଇଛି।
୫୦୦ରୁ ଅଧିକ ଶ୍ରମିକ ଥିବା ସଂସ୍ଥାରେ ସୁରକ୍ଷା କମିଟି ବାଧ୍ୟତାମୂଳକ
ଶ୍ରମିକଙ୍କୁ ନିଯୁକ୍ତି ପତ୍ର ଓ ଯୁବବର୍ଗଙ୍କୁ ସର୍ବନିମ୍ନ ବେତନର ଲିଖିତ ପ୍ରତିଶ୍ରୁତି ରହିଛି। ଦୈନିକ କାର୍ଯ୍ୟ ସମୟ ଅବଧି ୮ ରୁ ୧୨ ଘଣ୍ଟା ଓ ସପ୍ତାହକୁ ୪୮ ଘଣ୍ଟା ଧାର୍ଯ୍ୟ କରାଯାଇଛି। ସ୍ବେଚ୍ଛାକୃତ ଅଧିକ ସମୟ ଖଟଣି ଓ ଅଧିକ ଖଟଣିରେ ୨ ଗୁଣା ପାରିଶ୍ରମିକ ବ୍ୟବସ୍ଥା ରହିଛି। ନିଯୁକ୍ତିର ବର୍ଷକ ପରେ ଶ୍ରମିକ ଗ୍ରାଚୁଇଟି ରାଶି ପାଇବାକୁ ହକ୍ଦାର। ୫ ଶହରୁ ଅଧିକ ଶ୍ରମିକ ନିୟୋଜନ ସଂସ୍ଥାରେ ସୁରକ୍ଷା କମିଟି ବାଧ୍ୟତାମୂଳକ କରାଯାଇଛି।
କାର୍ମିକ ଉପମହାପ୍ରବନ୍ଧକ ଦେବାଶିଷ ସାମଲଙ୍କ ସଂଯୋଜନାରେ ପରିଚାଳିତ ବୈଠକରେ ଉପମହାପ୍ରବନ୍ଧକ ଦେବାଶିଷ ନାୟକ ଓ ଇଂ ଦୀପକ ରଞ୍ଜନ, ବରିଷ୍ଠ ପ୍ରବନ୍ଧକ ଇଂ ସୁଶାନ୍ତ କୁମାର ନାଏକ, ଇଂ ନିଗମାନନ୍ଦ ସେଠୀ ଓ ଝରଣା ନାଏକ, ଇଂ ଶାନ୍ତନୁ କୁମାର ଆଇଚ, ଇଂ ସୁଧାଂଶୁ ଶେଖର ଜେନା, ଇଂ ତୁଷାରକାନ୍ତ ପ୍ରଧାନ, ଇଂ ହରୀଶ ନାଏକ, ଇଂ ସମ୍ବିତ ପଣ୍ଡା, କର୍ମଚାରୀ ପ୍ରତିନିଧି ମଧୁସୂଦନ ପୃଷ୍ଟି, ଧ୍ରୁବ ଚରଣ ରାଉତ, ଡେକୋ କେସିସି ଖଣି ପ୍ରବନ୍ଧକ ଇଂ ଜୟନ୍ତ କୁମାର ତ୍ରିପାଠୀ, ପ୍ରଶାସନିକ ଅଧିକାରୀ ଚନ୍ଦନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ:Dharmendra : ଧର୍ମ ପରିବର୍ତ୍ତନ କରିଥିଲେ କି ଧର୍ମେନ୍ଦ୍ର ?
ସେହିପରି ଡିଡିଏମ୍ଏସ୍ ହରିପ୍ରସାଦଙ୍କ ଦ୍ବାରା ଇମ୍ଫା ଖଣି ବରିଷ୍ଠ ମହାପ୍ରବନ୍ଧକ ଇଂ ଲଲାଟେନ୍ଦୁ ମହାପାତ୍ର, ବରିଷ୍ଠ ଖଣି ପ୍ରବନ୍ଧକ ଇଂ ସରୋଜ ମହାନ୍ତ ଓ ଇଂ ରାଜେଶ ରାମଧର ଶର୍ମାଙ୍କ ଉପସ୍ଥିତିରେ ନୂଆ ଶ୍ରମ ସଂହିତା ଲାଗୁ ହୋଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/24/central-labour-code-implemented-in-omcs-2025-11-24-20-31-49.jpg)