ଅତି ପ୍ରିୟଲୋକ ପାଇଁ କ’ଣ ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଅଲଗା ହେଇଗଲା? ପ୍ରଶ୍ନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅତି ପ୍ରିୟଲୋକ ପାଇଁ କ’ଣ ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଅଲଗା ହେଇଗଲା? ପ୍ରଶ୍ନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ମମିତା ମେହେର ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୀତି ନୈତିକତା କୁଆଡ଼େ ଗଲା ପ୍ରଶ୍ନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପ୍ରାୟୋଜିତ କୋର୍ଟ କଥାକୁ ନେଇ ବି ପ୍ରଶ୍ନ କରିଛନ୍ତି ସେ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଏଭଳି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ପୀଡ଼ିତାଙ୍କ ବାପା, ମାଙ୍କୁ ଆଣି ପ୍ରାୟୋଜିତ ମାମଲା କରାଯାଇଛି, ପୀଡ଼ିତାଙ୍କ ବାପା, ମାଙ୍କର ୧୬୪ ବୟାନ ରେକର୍ଡ କରାଯାଇନି,ଏଭଳି ସ୍ଥିତିରେ ସେମାନଙ୍କ ଉପରେ ଚାପ ପକାଇ କେସ୍ କରାଯାଇଛି।ମାମଲାର ଚାର୍ଜସିଟ୍ ହୋଇ ନ ଥିବା ବେଳେ ତ୍ୱରିତ ଶୁଣାଣି ପାଇଁ ଅପିଲ କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ଗଣମାଧ୍ୟମ ଯେଉଁ ସବୁ କଥାକୁ ଆଗକୁ ଆଣିଥିଲା। ସେଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଆସିଲା। କିନ୍ତୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ପୁଲିସ ଅଧିକାରୀ ଓ ଅନ୍ୟ ଅଧିକାରୀମାନେ ଗୁଇନ୍ଦାଗିରି କରୁଛନ୍ତି।

ଗତ ୨୨ ବର୍ଷ ଶାସନରେ ଯେଉଁ ମୁଖ୍ୟମନ୍ତ୍ରୀ ନୈତିକତାର ଦ୍ୱାହି ଦେଉଥିଲେ, ନୈତିକତା ଆଧାରରେ ଆପଣ ବି ଅନେକ ମନ୍ତ୍ରୀଙ୍କୁ ବିଦା କରିଥିଲେ। ଅତି ପ୍ରିୟଲୋକ ପାଇଁ କଣ ନୈତିକତା ଅଲଗା ହେଇଗଲା? ରାବଣ ଦୁର୍ଯ୍ୟୋଧନ ପରି ଅହଙ୍କାର ରହିଛି ମୁଖ୍ୟମନ୍ତ୍ରୀଙ୍କର। ଏତେ ଅହଙ୍କାର ଭଲ ନୁହେଁ ବୋଲି ଚେତାଇ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସ୍ଥିତି ନେଇ ବି ସେ ପ୍ରଶ୍ନ କରିଛନ୍ତି। ଲାଲବାହାଦୁର ଶାସ୍ତ୍ରୀ ରେଳ ଦୁର୍ଘଟଣା ପାଇଁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ। ଲାଲକୃଷ୍ଣ ଆଡ଼ଭାନୀ ମଧ୍ୟ ଇସ୍ତଫା ଦେଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କୁ କିଏ ଆଠଗଡ଼ ନେଇ ଯାଇଥିଲେ ବୋଲି ବି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଲମ୍ବା ଲାଇନ ଟାଣିଛନ୍ତି। ଦେଶବାସୀଙ୍କୁ ଭୁଲ ମାଗିଛନ୍ତି। ମୋଦୀଙ୍କ କାର୍ଯ୍ୟକାଳ ସମୟରେ ସର୍ବାଧିକ ଧାନ, ଗହମ କିଣାଯାଇଛି। ୯ କୋଟି ଚାଷୀଙ୍କୁ ୬ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କରୋନା ସମୟରେ ବି ସହାୟତା ଦେଇଛନ୍ତି କେନ୍ଦ୍ର ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe