ପରିମଳରେ ଓଡ଼ିଶା ପଛୁଆ

Advertisment
ପରିମଳରେ ଓଡ଼ିଶା ପଛୁଆ

ଭୁବନେଶ୍ୱର/ ଖୋର୍ଦ୍ଧା : ସ୍ୱଚ୍ଛତା ଓ ପରିମଳ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ। ଆଜି ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ଜଳ ଓ ପରିମଳ ବିଭାଗ ମନ୍ତ୍ରୀ ଏସ୍‌ ଏସ୍‌ ଆଲୁଓ୍ଵାଲିଆ। ଓଡ଼ିଶା ଗସ୍ତ ଅବସରରେ ଶ୍ରୀ ଆଲୁଓ୍ଵଲିଆ କହିଛନ୍ତି, ରାଜ୍ୟରେ ୯୦ ଲକ୍ଷ ପାଇଖାନା ନିର୍ମାଣ କରାଯିବ। ଏଥି ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା ୨୦୧୮ ଡିସେମ୍ବର ୩୧। କିନ୍ତୁ ବର୍ତ୍ତମାନ ସୁଦ୍ଧା ନିର୍ମାଣ ହୋଇଛି ୪୦ ଲକ୍ଷ ପାଇଖାନା। ଏବେ ଦିନକୁ ୩ ହଜାର ପାଇଖାନା ନିର୍ମାଣ ହେଉଛି। ଏହି ଧାରାରେ କାମ ଚାଲିଲେ ସମୟସୀମା ମଧ୍ୟରେ ଲକ୍ଷ୍ୟ ପୂରଣ ହେବା ସମ୍ଭବ ନୁହେଁ। ତେଣୁ ରାଜ୍ୟ ସରକାର ଏହି କାମକୁ ତ୍ୱରାନିତ କରିବା ଉଚିତ। ସ୍ୱଚ୍ଛତା ଓ ପରିମଳ କ୍ଷେତ୍ରରେ ଓଡ଼ିଶା ରାଜ୍ୟମାନଙ୍କ ମଧ୍ୟରୁ ତଳ ଆଡ଼ୁ ତୃତୀୟରେ ଅଛି ବୋଲି ସେ କହିଥିଲେ।

publive-imageଏହି ଅବସରରେ ଶ୍ରୀ ଆଲୁଓ୍ଵାଲିଆ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବ୍ଲକ୍‌ର ଅଙ୍ଗାରପଡ଼ା ଗାଁକୁ ଯାଇ ପାନୀୟ ଜଳଯୋଗାଣ ଓ ପାଇଖାନା ବ୍ୟବହାର ନେଇ ସ୍ଥିତି ପରଖିଥିଲେ। ମନ୍ତ୍ରୀ ପ୍ରଥମେ ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। କିଛି ଘର ବୁଲି ପାଇଖାନା ଦୁଆର ଫିଟାଇ ଦେଖିଥିଲେ। ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା କରୁଥିଲା ବେଳେ କିଛି ଲୋକ ପାନୀୟ ଜଳ ଯୋଗାଣ ସମ୍ପର୍କରେ ଅଭିଯୋଗ କରିଥିଲେ। ପ୍ରତି ଲୋକଙ୍କୁ ସୁବିଧାରେ ପାନୀୟ ଜଳ ଯୋଗାଣ ଓ ପାଇଖାନା ସ୍ଥାପନ ଦିଗରେ କେନ୍ଦ୍ର ସରକାର ଯଥେଷ୍ଟ ସହଯୋଗ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe