Times of India
ପଦ୍ମପୁର: ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ସହକାରୀ କମିସନର ଏ ଜ୍ୟୋତି କୁମାରଙ୍କ ନେତୃତ୍ୱରେ ବରିହାପାଲି ଗ୍ରାମର ପ୍ରସ୍ଥାବିତ ଜମି ଏବଂ ରାଜବୋଡ଼ାସମ୍ବର ହାଇସ୍କୁଲଠାରେ ଥିବା ଅସ୍ଥାୟୀ ଶ୍ରେଣୀ ଗୃହକୁ ପରିଦର୍ଶନ କରିଥିଲେ।
ପ୍ରତିନିଧି ଦଳରେ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ତହସିଲଦାର ତାପସ ବିଶି, ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ହିରଣ୍ୟମୟ ଚାନ୍ଦ, ଡିଇଓ ମିତ୍ରଭାନୁ କଚ୍ଛପ, ବିଇଓ କାଳୀଚରଣ ଦୁବେଙ୍କ ସମେତ ସିପିଡବ୍ଳୁଡିର ଯନ୍ତ୍ରୀ, ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।
Follow Us