କରୋନା ଭାଇରସ୍ ମୁକାବିଲା ସ୍ଥିତି ଅନୁଧ୍ୟାନ ପାଇଁ ଏସ୍‌ସିବିରେ କେନ୍ଦ୍ରୀୟ ଟିମ୍‌, ଆଇସୋଲେସନ୍‌ ଓ୍ଵାର୍ଡ ପରିଦର୍ଶନ କଲେ

Advertisment
କରୋନା ଭାଇରସ୍ ମୁକାବିଲା ସ୍ଥିତି ଅନୁଧ୍ୟାନ ପାଇଁ ଏସ୍‌ସିବିରେ କେନ୍ଦ୍ରୀୟ ଟିମ୍‌, ଆଇସୋଲେସନ୍‌ ଓ୍ଵାର୍ଡ ପରିଦର୍ଶନ କଲେ

କଟକ: ସମଗ୍ର ଦୁନିଆରେ କରୋନାଭାଇରସ୍‌ ବ୍ୟାପିବାର ଭୟ ଲାଗି ରହିଥିବା ବେଳେ କେନ୍ଦ୍ରୀୟ ଟିମ୍‌ ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି। ଆଜି ଅପରାହ୍ନରେ ତିନିଜଣିଆ କେନ୍ଦ୍ରୀୟ ଟିମ୍‌ କଟକ ଏସିବିରେ ଖୋଲା ଯାଇଥିବା ଆଇସୋଲେସନ୍‌ ଓ୍ଵାର୍ଡ ପରିଦର୍ଶନ କରିବା ସହିତ ଭିତ୍ତିଭୂମି ଯାଞ୍ଚ କରିଥିବା ଜଣାପଡ଼ିଛି।

ତିନିଜଣିଆ କେନ୍ଦ୍ରୀୟ ଟିମ୍‌ରେ ଡାକ୍ତର ଶିଖା ବର୍ଦ୍ଧନ, ଡାକ୍ତର କପୁର ଚୌଧୁରୀ ଓ ଡାକ୍ତର ଅନୁରାଧା ସୁଲାନିଆ ରହିଛନ୍ତି। ଆଜି କେନ୍ଦ୍ରୀୟ ଟିମର ପରିଦର୍ଶନ ସମୟରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଏସିବି ସୁପରିଟେନ୍‌ଡେଣ୍ଟ ପ୍ରଫେସର ଡାକ୍ତର ସରୋଜକାନ୍ତ ସାହୁ, କରୋନାଭାଇରସ୍‌ ପାଇଁ ଖୋଲା ଯାଇଥିବାର ଓ୍ଵାର୍ଡର ମୁଖ୍ୟ ଡା. ମନୋରଞ୍ଜନ ପଟ୍ଟନାୟକ ଓ ଜନସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଞ୍ଚଳିକ ନିର୍ଦ୍ଦେଶକ ସୁଶାନ୍ତ କୁମାର କର ପ୍ରମୁଖ ଉପସ୍ଥିତ ଅଛନ୍ତି।

କଟକ ଏସସିବିରେ ଏଯାବତ ଦୁଇଜଣ କରୋନାଭାଇରସ୍‌ ସନ୍ଦିଗ୍ଧ ଥିବା ଜଣାପଡ଼ିଛି। ଦୁଇଜଣଙ୍କ ରକ୍ତ ନମୁନା ପାରୀକ୍ଷା ଲାଗି ପୁନେ ପଠା ଯାଇଥିଲେ ମଧ୍ୟ ଏଯାବତ ଆସି ନାହିଁ। ରକ୍ତ ନମୁନା ପରୀକ୍ଷା ରିପୋର୍ଟ ଆସିଲା ଯାଇ ଏ ଦୁର୍ହେ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe