‘ବୁଲ୍‌ବୁଲ୍‌ ବିତ୍ପାତ୍‌: ଅନୁଧ୍ୟାନ ପାଇଁ ୧୪ରେ କେନ୍ଦ୍ରାପଡ଼ା ଆସ‌ିବେ କେନ୍ଦ୍ରୀୟ ଦଳ

Advertisment
ବୁଲବୁଲ ବାତ୍ୟା ପ୍ରଭାବିତ ଚାଷୀଙ୍କ ଋଣ ଛାଡ ଦାବି କଲା କଂଗ୍ରେସ

Destruction in Paradeep

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ‘ବୁଲ୍‌ବୁଲ୍‌ ସଂପୂର୍ଣ୍ଣ ଉଜାଡ଼ି ଦେଇଛି ୩୯ ହଜାର ହେକ୍ଟର ଜମିରେ ହୋଇଥିବା ଧାନ ଫସଲ। ଏହି କ୍ଷତିର ପରିମାରଣ ୩୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଉଛି। ଏହି କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆସନ୍ତା ୧୪ ତାରିଖରେ କେନ୍ଦ୍ରାପଡା ଗସ୍ତରେ ଆସିବେ କେନ୍ଦ୍ରୀୟ ଦଳ। ବାତ୍ୟାରେ ଜିଲ୍ଲାର ସର୍ବାଧିକ ପ୍ରଭାବିତ ହୋଇଥିବା ରାଜନଗର ଓ ରାଜକନିକା ଅଞ୍ଚଳକୁ ଯାଇ ଏହି ଟିମ୍‌ କ୍ଷୟକ୍ଷତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ସ୍ବତନ୍ତ୍ର ରିଲିଫ୍‌ କମିସନର ଏ ସ˚କ୍ରାନ୍ତରେ ସୂଚନା ଦେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଜିଲ୍ଲାର ରାଜନଗର, ରାଜକନିକା, ପଟ୍ଟାମୁଣ୍ତାଇ ଓ ଆଳି ବ୍ଲକ୍‌ରେ ଧାନ ଚାଷ ବ୍ୟାପକ କ୍ଷତି ହୋଇଥିବା ନେଇ ପ୍ରାଥମିକ ରିପୋର୍ଟ ଦିଆଯାଇଥିବା ବେଳେ ଆଜି ଚୂଡ଼ାନ୍ତ ରିପୋର୍ଟ ପାଇଁ କୃଷି, ତହସିଲ୍‌ ଓ ଉଦ୍ୟାନ ବିଭାଗକୁ ନେଇ ଯୁଗ୍ମ ଟିମ୍‌ ଗଠନ କରାଯାଇଛି। ଆସନ୍ତାକାଲିଠାରୁ ଏହି ଟିମ୍‌ କ୍ଷେତକୁ ଯାଇ ସର୍ଭେ ଆରମ୍ଭ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe