୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ, କୋଟପାଡ଼ ବାଇପାସ୍‌-ପାତ୍ରପୁଟ ବ୍ରିଜ୍‌ର ଯାଂଚ କଲେ କେନ୍ଦ୍ରୀୟ ଟିମ୍‌

କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗର ବୈଷୟିକ ଟିମର କୋରାପୁଟ ଗସ୍ତ

୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ, କୋଟପାଡ଼ ବାଇପାସ୍‌-ପାତ୍ରପୁଟ ବ୍ରିଜ୍‌ର ଯାଂଚ କଲେ କେନ୍ଦ୍ରୀୟ ଟିମ୍‌

ଜୟପୁର: କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗର ଏକ ବୈଷୟିକ ଟିମ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛି। ଏହି ଟିମ୍ ପ୍ରଥମେ ବାରିଣୀପୁଟ-ବୋରିଗୁମ୍ମା ଏନଏଚ ୨୬ର ପ୍ରଶସ୍ତିକରଣ ଓ ନବୀକରଣ କାମର ଯାଂଚ କରିଥିଲେ। ବିଭାଗର ନିର୍ଦେଶକ୍ରମେ ରାସ୍ତା ନିର୍ମାଣ କରାଯାଇଛି କି ନାହିଁ, ରାସ୍ତା ପାର୍ଶ୍ବରେ ନିର୍ମାଣ କରାଯାଇଥିବା ନାଳ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ସହ ଯାଂଚ କରିଥିଲେ। ଏହା ସହ ଜୟପୁର , କୋଟପାଡ଼ ବାଇପାସ୍ ରାସ୍ତା କେଉଁ ପଟେ ଯାଉଛି, କେତେ ଘରୋଇ ଜମି ଯିବ, ସହରର କେତେ ଦୁରରେ ଏହି ରାସ୍ତା ନିର୍ମାଣ ହେବାର ଯୋଜନା ରହିଛି ଆଦିର ଯାଂଚ କରିଥିଲେ।

ଏହା ସହ ଜାତୀୟ ରାଜପଥ ବିଭାଗ ଦେଇଥିବା ଅଟକଳ , ସଂପୁର୍ଣ୍ଣ ପ୍ରକଳ୍ପ ବିବରଣୀ ଆଦିର ବି ତଦାରଖ କରିଥିଲେ। ବାଇପାସ୍ ରାସ୍ତା ପାଇଁ ଚିହ୍ନଟ ହୋଇଥିବା ଜମି ଗୁଡ଼ିକୁ ବି ସେ ଚାଲି ଚାଲି ବୁଲି ଦେଖିଥିଲେ। ଏହା ସହ ବ୍ରିଟୀଶ ଅମଳର ପାତ୍ରପୁଟ ବ୍ରୀଜ ପାର୍ଶ୍ବରେ ଆଉ ଗୋଟିଏ ବ୍ରୀଜ୍ ନିର୍ମାଣ ପାଇଁ ଏନଏଚ ପକ୍ଷରୁ ଯାଇଥିବା ସଂପୁର୍ଣ୍ଣ ପ୍ରକଳ୍ପ ରିପୋର୍ଟକୁ ନେଇ ବି ବୈଷୟିକ ଟିମ୍ ପକ୍ଷରୁ ଯାଂଚ କରିଥିଲେ। ଏହି କେନ୍ଦ୍ରୀୟ ଟିମର ନେତୃତ୍ବରେ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ସୁନିଲ କୁମାର ନେଇଥିବା ବେଳେ ଜୟପୁର ଏନଏଚର ନିର୍ବାହୀଯନ୍ତ୍ରୀ ଇଂ. ନିହାର ରଂଜନ ବେହେରା, ଏସଡିଓ ଇଂ.ବିନୋଦ କୁମାର ବଗର୍ତ୍ତୀ , କନିଷ୍ଠ ଯନ୍ତ୍ରୀ ଗୌତମ ପ୍ରକାଶ ବିଶ୍ବାଳ, ଚକ୍ରଧର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପ ଗୁଡ଼ିକର ସଂପୁର୍ଣ୍ଣ ବିବରଣୀକୁ ନେଇ ବୁଝାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe