ଭଦ୍ରକର ବନ୍ୟାଞ୍ଚଳ ବୁଲିଲେ କେନ୍ଦ୍ରୀୟ ଟିମ୍  

Advertisment
ଭଦ୍ରକର ବନ୍ୟାଞ୍ଚଳ ବୁଲିଲେ କେନ୍ଦ୍ରୀୟ ଟିମ୍  

ଭଦ୍ରକ/ଧାମନଗର: ଲଘୁଚାପ ଜନିତ ବର୍ଷା ଓ  ବୈତରଣୀ ବନ୍ୟାରେ ଭଦ୍ରକ ଜିଲ୍ଲାର ୪ ଟି ବ୍ଲକରେ ବ୍ୟାପକ  କ୍ଷୟକ୍ଷତି ହୋଇଛି। ବୈତରଣୀ କୂଳବର୍ତ୍ତୀ  ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ଚାନ୍ଦବାଲି ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ମାଡିଯାଇ ଧାନ ଚାଷ ଉଜୁଡି ଯାଇଥିବା ବେଳେ ଅନେକ ପନି ବରିବା  କ୍ଷେତରେ ମଧ୍ୟ ବାଲି ଚରି ଯାଇଛି। ଚାଷ ଜମି ଉଜୁଡି ଯାଇଥିବା ବେଳେ ଏଇ ବନ୍ୟାରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି।

publive-image

ସେହିପରି ବହୁ ନଦୀକୂଳିଆ ଲୋକଙ୍କର ଚାଳ ଘର ସବୁ ଭାଙ୍ଗି ମାଟିରେ ମିଶି ଯାଇଛି।  ମୁଣ୍ଡ ଗୁଂଜିବାକୁ ଏଇ ଲୋକମାନେ ଏବେ ପଲିଥିନ୍ ତଳେ ଆଶ୍ରୟ ନେଇଛନ୍ତି। ଅନେକ ଲୋକଙ୍କର ଧନ ଜୀବନ ନଷ୍ଟ ହୋଇଛି। ଚଳିତ ବନ୍ୟାରେ ଜିଲ୍ଲାରେ ବ୍ୟାପକ ‌କ୍ଷୟକ୍ଷତି ହୋଇଥିବା ବେଳେ କ୍ଷୟକ୍ଷତିର ଆକଳନ ପାଇଁ ଆଜି ଏକ କେନ୍ଦ୍ରୀୟ ଟିମ୍ ଭଦ୍ରକରେ ପହଞ୍ଚି ପ୍ରଥମେ ଧାମନଗର ବ୍ଲକର ବନ୍ୟାଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ଟିମ୍ ସହ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ  ରହିଥିଲେ।

publive-image

ଧାମନଗର ବ୍ଲକର କୋଠାର, ବୟାଙ୍ଗଡିହି, ଲେଞ୍ଜରା ଆଦି ବନ୍ୟା ପ୍ଲାବିତ ଅଞ୍ଚଳ ବୁଲି  ଦେଖିଥିଲେ କେନ୍ଦ୍ରୀୟ ଟିମ୍।  ଏହି ବ୍ଲକର ନଷ୍ଟ ହୋଇଥିବା ରାସ୍ତାଘାଟ, ଚାଷ ଜମି ଓ  ଘରଦ୍ବାର ଭଙ୍ଗିଥିବା ଲୋକଙ୍କର କ୍ଷୟକ୍ଷତିର ଆକଳନ କରିବା ପରେ କେନ୍ଦ୍ରୀୟ ଟିମ୍ ଭଦ୍ରକ ଫେରି ଜିଲ୍ଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ଟିମର ମୁଖ୍ୟଙ୍କ ସମେତ ଜିଲ୍ଲା ପ୍ରଶାସନର  ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe