ଭଦ୍ରକ, କେନ୍ଦ୍ରାପଡ଼ା ବନ୍ୟାଞ୍ଚଳ ବୁଲିଲେ କେନ୍ଦ୍ରୀୟ ଟିମ୍‌

ଭଦ୍ରକ, କେନ୍ଦ୍ରାପଡ଼ା ବନ୍ୟାଞ୍ଚଳ ବୁଲିଲେ କେନ୍ଦ୍ରୀୟ ଟିମ୍‌

କେନ୍ଦ୍ରାପଡା/ଭଦ୍ରକ : ଆଜି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍‌ କେନ୍ଦ୍ରାପଡ଼ା ଓ ଭଦ୍ରକ ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରିଛନ୍ତି। ଏଥିସହିତ, ଉଭୟ ଜିଲ୍ଲାର ପ୍ରଶାସନ ସହ ଆଲୋଚନା କରିଛନ୍ତି।

କୃଷିନିଗମ ଓ କୃଷକ ମଙ୍ଗଳ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଡ. ବିରେନ୍ଦ୍ର ସିଂହଙ୍କ ନେତୃତ୍ବରେ ସଡକ ଏବଂ ପରିବହନ ଓ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଶାଶ୍ବତ ମହାପାତ୍ର ଆଜି ଅପରାହ୍ନରେ ଜଂଟିଲୋସ୍ଥିତ ଜଳ ସେଚନ ଡାକବଙ୍ଗଳାରେ ପହଞ୍ଚିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ଆଇଏଫଏସ ଏବଂ ମୁଖ୍ୟଯନ୍ତ୍ରୀ ବନ୍ୟା ନିୟନ୍ତ୍ରଣ ଓ ନଦୀ ଅବବାହିକା ପରିଚାଳକ ସୁଶାନ୍ତ କୁମାର ରଥ ଟିମ୍‌କୁ ସହାୟତା ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଡେରାବିଶର ବେଣୀପୁର ଘାଇ ମୁହଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିପନ୍ନଙ୍କ ସହ ଆଲୋଚନା କରିଥିଲେ। ଏହାପରେ କେନ୍ଦ୍ରୀୟ ପ୍ରତିନିଧି ଦଳ ପଟ୍ଟାମୁଣ୍ତାଇ ଓ ଆଳି ବ୍ଲକ୍‌ର ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ।

publive-image

ଲଘୁଚାପଜନିତ ବର୍ଷା ଓ ବୈତରଣୀ ବନ୍ୟାରେ ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଜି କେନ୍ଦ୍ରୀୟ ଟିମ୍‌ ଭଦ୍ରକ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ବରେ ଏକ ୪ଜଣିଆ କେନ୍ଦ୍ରୀୟ ଟିମ୍‌ ଭଦ୍ରକରେ ପହଞ୍ଚି ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। କ୍ଷୟକ୍ଷତି ଆକଳନ କରିବା ପରେ କେନ୍ଦ୍ରୀୟ ଟିମ୍ ଭଦ୍ରକ ଫେରି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ।

ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରୀୟ ଟିମ୍‌ର ମୁଖ୍ୟ ପ୍ରବୀଣ ବଶିଷ୍ଠ, କେନ୍ଦ୍ର କୃଷି ମନ୍ତ୍ରାଳୟ ଅନ୍ତର୍ଗତ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅମରୀଶ ପାଲ ସି˚, କୃଷି ନିର୍ଦ୍ଦେଶକ ଏମ୍‌. ମୁଥୁକୁମାର, ସିଇଏଲଏମ୍‌ବି ଯୁଗଳ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe