ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ପାଳିତ: ପରିବେଶ ସଚେତନତା ପାଇଁ ୨୦୦ ଚାରା ରୋପଣ

Advertisment
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ପାଳିତ: ପରିବେଶ ସଚେତନତା ପାଇଁ ୨୦୦ ଚାରା ରୋପଣ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଷ୍ଟ୍ରଦୀପ ପ୍ରସାର ସମିତି ସହଯୋଗରେ ଗୁରୁବାର ସୁନାବେଡ଼ା ପରିସରରେ 'ବନ ମହୋତ୍ସବ' ପାଳିତ ହୋଇଯାଇଛି। ଜଙ୍ଗଲ ସଂରକ୍ଷଣ ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା। ଏହି ବୃକ୍ଷରୋପଣ ଅଭିଯାନକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଉଦ୍‌ଘାଟନ କରିଥିବା ବେଳେ ରାଷ୍ଟ୍ରଦୀପ ପ୍ରସାର ସମିତିର ରାଜ୍ୟ ସମ୍ପାଦକ ଡ. ଜଳେନ୍ଦ୍ର ତ୍ରିପାଠୀ, ରେଜିଷ୍ଟ୍ରାର ଆଇ/ସି ପ୍ରଫେସର ଏନ୍ ସି ପଣ୍ଡା, ଜୈବବିଭିଦତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ସ୍କୁଲର ଡିନ୍ ପ୍ରଫେସର ଶରତ କୁମାର ପଳିତା ଓ ବିଶ୍ବବିଦ୍ୟାଳୟର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

publive-imageକୁଳପତି ପ୍ରଫେସର ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ପରିବେଶସନ୍ତୁଳନ ରକ୍ଷା ଓ ଅମ୍ଳଜାନ ଯୋଗାଇବାରେ ଗଛ ଓ ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ମଧ୍ୟ କାର୍ଯ୍ୟକ୍ରମର ସଫଳତା ପାଇଁ ସେ ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ପାଖାପାଖି ୨୦୦ ଚାରା ରୋପଣ କରାଯାଇଥିଲା, ଯାହା ପରିବେଶ ପରିଚାଳନା ପ୍ରତି ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ଦର୍ଶାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଡିଏସ୍ ଡବ୍ଲ୍ୟୁ ଆଇ/ସି ଡ. ରମେନ୍ଦ୍ର କୁମାର ପାଢୀ ସଂଯୋଜନା କରିଥିଲେ ବୋଲି ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe