ପୁରୀ ଗ୍ରୀନଫିଲଡ଼ ବିମାନବନ୍ଦର ପାଇଁ ଅନୁମତି ଦିଆଯାଇଛି: କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡ଼ାରେ ଉଡାଣ ଉତ୍ସବ: ଜୟପୁର ଓ ଉତକେଲା ବିମାନବନ୍ଦର ପାଇଁ ପ୍ରସ୍ତାବ ଦିଅ

ପୁରୀ ଗ୍ରୀନଫିଲଡ଼ ବିମାନବନ୍ଦର ପାଇଁ ଅନୁମତି ଦିଆଯାଇଛି: କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଉଡାଣ ଯୋଜନାରେ ପ୍ରତିଷ୍ଠିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଦେଶରେ ଶ୍ରେଷ୍ଠତ୍ଵ ହାସଲ କରିଛି। ଏହି ବିମାନବନ୍ଦର ଯାତ୍ରୀସେବା କ୍ଷେତ୍ରରେ ମଧ୍ୟ ନିଜର ସ୍ଥିତି ଜାହିର କରି ପରିଛି ବୋଲି ଆଜି ରାଷ୍ଟ୍ରୀୟ ସ୍ତରୀୟ ଉଡାଣ ଉତ୍ସବରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରକାଶ କରିଛନ୍ତି।  କରୋନା କାଳରେ ଦେଶର ବଡ ବଡ ବିମାନବନ୍ଦର କ୍ଷତିରେ ଚାଲିଥିବା ବେଳେ ଝାରସୁଗୁଡ଼ାରେ ଏହା ଉଲ୍ଲେଖନୀୟ ସଫଳତା ହିଁ ଆଜିର ଏହି ଶ୍ରେଷ୍ଠତ୍ଵ ପ୍ରମାଣ କରିଛି। ଆଞ୍ଚଳିକ ଯୋଗାଯାଗ ଯୋଜନାରେ ଉଡାଣ ଯୋଜନା ଆରମ୍ଭ କରି ଜଣେ ସାଧାରଣ ନାଗରିକକୁ ଉଡ଼ିବା ର ସୁବିଧା ଦେଇଥିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ବିଚକ୍ଷଣ ବିଚାର ବୋଲି ଶ୍ରୀ ସିନ୍ଧିଆ କହିଥିଲେ।

ଝାରସୁଗୁଡ଼ା ବିମାନବନ୍ଦର ପାଇଁ ୭୫ କୋଟି ଟଙ୍କା ସହିତ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କଟିଥିବା ରାଜ୍ୟ ସରକାରଙ୍କୁ ମଧ୍ୟ ଶ୍ରୀ ସିନ୍ଧିଆ ଧନ୍ୟବାଦ ଦେଇ କହିଥିଲେ ଯେ ରାଜ୍ୟ ସରକାର ଜୟପୁର ଓ ଉତ୍କେଲା ବିମାନବନ୍ଦର ପାଇଁ ଯେତେ ଶୀଘ୍ର ପ୍ରସ୍ତାବ ଦେବେ ମନ୍ତ୍ରଣାଳୟ ସେତେ ଶୀଘ୍ର ଅନୁମତି ଦେବ ବୋଲି କହିଥିଲେ। ପୁରୀ ଠାରେ ଗ୍ରୀନ ଫିଲଡ଼ ବିମାନବନ୍ଦର ପାଇଁ ମନ୍ତ୍ରଣାଳୟ ଅନୁମତି ଦେଇସାରିଛନ୍ତି। ଜୟପୁର ଓ ଉତକେଲା ବିମାନବନ୍ଦର ପାଇଁ ପ୍ରସ୍ତାବ ଦିଅଯାଉ।

publive-image

ଝାରସୁଗୁଡ଼ା ବିମାନବନ୍ଦର ପ୍ରଥମ ଫେଜରେ ଉନ୍ନତି ସାରିଯାଇଛି। ରାଜ୍ୟ ସରକାର ତୁରନ୍ତ ଆଉ ୧୮୦ ଏକର ଜମି ଦେଲେ ଦିତୀୟ ଫେଜ ଉନ୍ନତି ପାଇଁ ବିମାନ ବନ୍ଦର ପ୍ରାଧିକରଣ କାମ ଆରମ୍ଭ କରିବା ବୋଲି ମନ୍ତ୍ରୀ କହିଥିଲେ। ଏହି ସଭାରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ଏହି ବିମାନବନ୍ଦର ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥିବା ବେଳେ ଆଗକୁ ମଧ୍ୟ ସହଯୋଗ କରିବେ ବୋଲି କହିଥିଲେ। ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ପ୍ରମୁଖ ଏଠାରୁ ଆହୁରି ଅଧିକ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦେଇଥିଲେ। ବିଭାଗୀୟ ଯୁଗ୍ମ ସଚିବ ଉଷା ପାଢ଼ୀ ଧନ୍ୟବାଦ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସଚିବ ରାଜୀବ ବଂସଲ, ଏଇଆଇ ଅଧ୍ୟକ୍ଷ ସଂଜୀବ କୁମାର, ରାଜ୍ୟ ପରିବହନ ସଚିବ ମଧୁସୂଦନ ପାଢ଼ୀ, ବିଧାୟକ କୁସୁମ ଟେଟେ, ନାଉରି ନାଏକ, ସୁବାସ ପାଣିଗ୍ରାହୀ, ଭବାନୀ ଭୋଇ, ଜିଲ୍ଲାପାଳ ସରୋଜ ସାମଲ ପ୍ରମୁଖ ମଞ୍ଚସିନ ଥିଲେ। ଏହି ଅବସର ବରିଷ୍ଠ ନାଗରିକ ଓ ଶିଶୁ ମାନଙ୍କୁ ବିମାନ ଉଡାଣ ର ମଜା ପ୍ରଦାନ କରାଯାଇଥିଲା। ପଶ୍ଚିମ ଓଡିଶାର କଳା, ଐତିହ, ସଂସ୍କୃତି, ପର୍ଯ୍ୟଟନ କୁ ନେଇ ଏକ ପ୍ରଦର୍ଶନୀକୁ ମଧ୍ୟ ମନ୍ତ୍ରୀ ଉଦଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe