ବିମାନ ବନ୍ଦର ଆଗରେ ନବଙ୍କ ଧାରଣା ଜାରି : ଏୟାର ଓଡ଼ିଶାକୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ୍‌

ଆସନ୍ତା ସପ୍ତାହରୁ ନିୟମିତ ଉଡ଼ାଣ: ଏୟାର ଓଡ଼ିଶା ନିର୍ଦ୍ଦେଶକ

ବିମାନ ବନ୍ଦର ଆଗରେ ନବଙ୍କ ଧାରଣା ଜାରି : ଏୟାର ଓଡ଼ିଶାକୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ୍‌

ଝାରସୁଗୁଡ଼ା : ଝାରସୁଗୁଡ଼ା ବିମାନ ବନ୍ଦରକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହିତ ବ୍ୟବସାୟିକ ବିମାନ ସେବା ପ୍ରଦାନ ଦାବି ନେଇ ଝାରସୁଗୁଡ଼ା ବିଧାୟକ ନବ ଦାସ ଦ୍ବିତୀୟ ଦିନ ପାଇଁ ଉପବାସ ଧାରଣାରେ ବସିଛନ୍ତି। ଧାରଣାରେ ବିଭିନ୍ନ ସଂଗଠନ ସାମିଲ୍‌ ହୋଇଥିବା ଦେଖିବାକୁ ମିଳିଛି।

ଏୟାର ଓଡ଼ିଶା ଗତ ୬ ତାରିଖ ଠାରୁ ବିମାନ ସେବା ସଂପୂର୍ଣ୍ଣ ବନ୍ଦ କରି ଦେଇଛି। ଏହାର ପ୍ରତିବାଦରେ ବିଧାୟକ ଶ୍ରୀ ଦାସ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଡାକି ଉପବାସ ଧାରଣା ଗତ କାଲି ଆରମ୍ଭ କରିଥିଲେ। ଏ ସଂପର୍କରେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ଗରୁପ୍ରସାଦ ମହାପାତ୍ର, ବେସାମରିକ ବିମାନ ସେବା ମନ୍ତ୍ରଣାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଓ ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରି ତୁରନ୍ତ ବ୍ୟବସାୟିକ ବିମାନ ସେବା ଆରମ୍ଭ କରିବାକୁ ଦାବି କରିଥିଲେ।

ଅପରପକ୍ଷେ ଏନେଇ ଏୟାର ଓଡ଼ିଶା ନିର୍ଦ୍ଦେଶକ ଶୈଶବ ଶାହଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଆସନ୍ତା ସପ୍ତାହରୁ ଭୁବନେଶ୍ବର-ଝାରସୁଗୁଡ଼ା ବିମାନ ଉଡ଼ାଣ ସ୍ବାଭାବିକ ହେବ।‌ ସୋମବାର କିମ୍ବା ମଙ୍ଗଳବାର ଠାରୁ ବିମାନ ଚଳାଚଳ କରିବ। ଭବିଷ୍ୟତରେ ଆଉ ବିମାନ ଉଡ଼ାଣ ବନ୍ଦ ହେବ ନାହିଁ। ଏବେ କିଛି ବୈଷୟିକ କାରଣ ଯୋଗୁଁ ବିମାନ ଉଡ଼ାଣରେ ଅନିୟମିତତା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe