କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରୁଛନ୍ତି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment
କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରୁଛନ୍ତି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୋନପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୂର୍ବାହ୍ନରେ ସୋନପୁର ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଗସ୍ତ କରି ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଛନ୍ତି।

ହେଲିକପ୍ଟର୍‌ ଯୋଗେ ମୁଖ୍ୟମନ୍ତ୍ରୀ ସକାଳ ୧୦: ୩୦ରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଜାଲୋଏ ଠାରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ସମବେତ ଜନତା ଓ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଥିଲେ।

ସେଠାରୁ ଯାଇ ପୂର୍ବାହ୍ନ ୧୧: ୨୦ରେ ସୋନପୁର ନିର୍ବାଚନ ମଣ୍ଡଳୀର ଶିଆଳିରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ।

ଉଭୟ ସଭାରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ ଉଠାଇଥିଲେ। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ରର କୌଣସି ନେତା ଓଡ଼ିଶାକୁ ଆସୁ ନାହାନ୍ତି, କିନ୍ତୁ ନିର୍ବାଚନ ସମୟ ହୋଇଥିବାରୁ ସେମାନେ ଭୋଟ୍‌ ମାଗିବାକୁ ଆସୁଛନ୍ତି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ମଧ୍ୟ କେବିକେ ଯୋଜନାର ଅର୍ଥ ବନ୍ଦ କରିଛନ୍ତି। ଭୋଟ୍‌ ପାଇଁ ଜନସାଧରଣଙ୍କୁ ପ୍ରଭାବିତ କରିବାକୁ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe