ଏସ୍‌ସିବିରେ ହେବ ପୂର୍ବ ଭାରତର ଉତ୍କର୍ଷ ଯକ୍ଷ୍ମା ନିରୂପଣ ଓ ଗବେଷଣା କେନ୍ଦ୍ର : ସାତ ମହଲା କୋଠା ପାଇଁ ୯କୋଟି ଟଙ୍କା

ଏସ୍‌ସିବିରେ ହେବ ପୂର୍ବ ଭାରତର ଉତ୍କର୍ଷ ଯକ୍ଷ୍ମା ନିରୂପଣ ଓ ଗବେଷଣା କେନ୍ଦ୍ର : ସାତ ମହଲା କୋଠା ପାଇଁ ୯କୋଟି ଟଙ୍କା

କଟକ : ପୂର୍ବ ଭାରତର ଉତ୍କ‌ର୍ଷ ଯକ୍ଷ୍ମା ରୋଗ ନିରୂପଣ ଓ ଗବେଷଣା କେନ୍ଦ୍ର ହେବ କଟକ ବଡ଼ ମେଡିକାଲ୍‌ରେ। ବଦଳିଯିବ ଛାତି ଓ ଯକ୍ଷ୍ମାରୋଗ ବିଭାଗର ଚିତ୍ର। ଏଥିପାଇଁ ତିଆରି ହେବ ୭ମହଲା କେ‌ାଠା। ଉନ୍ନତମାନର ଚିକିତ୍ସା ସାଂଗକୁ ଗବେଷଣା ସୁବିଧା ଏବଂ ଶଯ୍ୟା ଓ ଆଇସିୟୁ ସଂଖ୍ୟା ବୃଦ୍ଧି କରାଯିବ। ଗବେଷଣା ସୁବିଧା ରହିବ। ୩ଟି ନୂତନ ପାଠ୍ୟକ୍ରମ ବି ଖୋଲିବ। ଆଜି ଏନେଇ ପ୍ରାଥମିକ ଭାବେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଏସ୍‌ସିବି ଛାତି ଓ ଯକ୍ଷ୍ମାରୋଗ ବିଭାଗର ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ୱାର୍ଡ ପରିଦର୍ଶନ ସହ ବିଭାଗୀୟ ପ୍ରଫେସରଙ୍କ ସହ ଭିତ୍ତିଭୂମି ସୁଦୃଢ଼କରଣ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

ସୂଚନା ଅନୁସାରେ, ଏସ୍‌ସିବି ଯକ୍ଷ୍ମା ରୋଗର ନିରୂପଣ ଓ ଗବେଷଣା ପାଇଁ ସ୍ବତନ୍ତ୍ର ଯୋଜନା ହୋଇଛି। ପୂର୍ବ ଭାରତର ଏକ ଉତ୍କ‌ର୍ଷ କେନ୍ଦ୍ର ଭାବେ ଏହାକୁ ପରିଣତ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ସଂପ୍ରତି ବିଭାଗ ସମ୍ମୁଖରେ ଚାଲିଥିବା କୋଠାକୁ ୭ମହଲା କରାଯିବ। ୯କୋଟି ବ୍ୟୟରେ ହେବାକୁ ଥିବା ଏହି କୋଠାରେ ୪୦ରୁ ଅଧିକ ଶଯ୍ୟା ବୃଦ୍ଧି କରାଯିବା ସହ ସ୍ବତନ୍ତ୍ର ଭାବେ ୧୦ଟି ଆଇସିୟୁ ରଖାଯିବାକୁ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବକୁ ବି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ଗତକାଲି ଭୁବନେଶ୍ବରରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏ‌ ସଂପର୍କରେ ଆଲୋଚନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe