ମହାନଦୀ ଜଳ ସମସ୍ୟାର ସମାଧାନ ଚାହୁଁନାହାନ୍ତି କେନ୍ଦ୍ର ସରକାର ସିପିଆଇ(ଏମ୍‌)

Advertisment
ମହାନଦୀ ଜଳ ସମସ୍ୟାର ସମାଧାନ ଚାହୁଁନାହାନ୍ତି କେନ୍ଦ୍ର ସରକାର ସିପିଆଇ(ଏମ୍‌)

ଭୁବନେଶ୍ୱର : ମହାନଦୀ ଜଳ ସମସ୍ୟାର ସମାଧାନ ଆପୋଷ ଆଲୋଚନା ହେବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ସଂସଦରେ ପ୍ରକାଶ କରିବା ସହିତ ଏହା ପାଇଁ ଏକ ଟ୍ରିବ୍ୟୁନାଲ ଗଠନ କରାଯିବ ସେହି ବିଷୟରେ କହିଥିଲେ। ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ବିଜେପି ସରକାର ଅନେକ ଡ୍ୟାମ ନିର୍ମାଣ କରିଛନ୍ତି କିନ୍ତୁ କେନ୍ଦ୍ର ସରକାର ଏହାକୁ ବିରୋଧ କରିବା ପରିବର୍ତ୍ତେ ପରୋକ୍ଷରେ ସର୍ମଥନ କରୁଛନ୍ତି। ଓଡ଼ିଶା ସଂସଦର ସଭ୍ୟମାନେ ସଂସଦରେ ଟ୍ରିବ୍ୟୁନାଲ ପାଇଁ ଦାବି କରିବାରୁ କେନ୍ଦ୍ର ମନ୍ତ୍ରୀ ଏକ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବା ପାଇଁ କହୁଛନ୍ତି। ଏହା ସହିତ ସବୁ ନଦୀର ଜଳ ସମସ୍ୟାର ସମାଧାନ ପାଇଁ ଗୋଟିଏ ଟ୍ରିବ୍ୟୁନାଲ ଗଠନ କରାଯିବ।

ଛତିଶଗଡ଼ ସରକାର ନୂଆ ପ୍ରୋଜେକ୍ଟ ନିର୍ମାଣ କରିବା ପୂର୍ବରୁ କାହିଁକି ଆପୋଷ ବୁଝାମଣା କଲେନାହିଁ। କେନ୍ଦ୍ରରେ ବିଜେପି ସରକାର ଶାସନ କରୁଛନ୍ତି ସେଥିପାଇଁ ଛତିଶଗଡ଼ର ବିଜେପି ସରକାର ବେପରୁଆ ଭାବେ ମହାନଦୀ ଜଳକୁ ନିଜ ନିୟନ୍ତ୍ରଣକୁ ନେଉଛି। ଏହି ପରିସ୍ଥିତିରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe