ନିର୍ବାଚିତ ସଦସ୍ୟଙ୍କ ତାଲିକା ରାଜ୍ୟପାଳଙ୍କୁ ଦେଲେ ସିଇଓ

Advertisment

ଉଠିଲା ଆଦର୍ଶ ଆଚରଣ ବିଧି

ଉଠିଲା ଆଦର୍ଶ ଆଚରଣ ବିଧି

ନିର୍ବାଚିତ ସଦସ୍ୟଙ୍କ ତାଲିକା ରାଜ୍ୟପାଳଙ୍କୁ ଦେଲେ ସିଇଓ

ଭୁବନେଶ୍ବର : ସାଧାରଣ ନିର୍ବାଚନ ନେଇ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିକୁ ଆଜିଠାରୁ ଉଠାଇ ଦେଇଛନ୍ତି ଭାରତ ନିର୍ବାଚନ କମିସନ। ଓଡ଼ିଶା, ଅରୁଣାଚଳ ପ୍ରଦେଶ, ସିକିମ, ଆନ୍ଧ୍ରପ୍ରଦେଶ ରାଜ୍ୟରେ ବିଧାନସଭା ନିର୍ବାଚନ ସମେତ ସାରାଦେଶରେ ଲୋକସଭା ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୧୦ ତାରିଖରୁ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲା। ଏହାସହିତ ଓଡ଼ିଶାରେ ଷୋଡ଼ଶ ବିଧାନସଭା ପାଇଁ ନିର୍ବାଚିତ ହୋଇଥିବା ୧୪୬ ବିଧାୟକଙ୍କ ପାଇଁ ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିବା ସହ ରାଜ୍ୟପାଳ ଫ୍ରଫେସର ଗଣେଶୀ ଲାଲଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ନବନିର୍ବାଚିତ ବିଧାୟକଙ୍କ ତାଲିକା ପ୍ରଦାନ କରିଛନ୍ତି।

ଶ୍ରୀ କୁମାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଜନ ନିର୍ବାଚନ ପରିଚାଳନା ବ୍ୟବସ୍ଥା ଅନୁଯାୟୀ ବିଜୟୀ ପ୍ରାର୍ଥୀଙ୍କ ତାଲିକା ଆନୁଷ୍ଠାନିକ ଭାବେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ଏଣିକି ରାଜ୍ୟପାଳଙ୍କ ଆଦେଶ ଅନୁସାରେ ସରକାର ଗଠନ କରିବାର ପ୍ରକ୍ରିୟା ହେବ। ଏଥିରେ ନିର୍ବାଚନ କମିସନଙ୍କ ଆଉ କିଛି ଭୂମିକା ରହିବ ନାହିଁ। ଚଳିତ ଥର ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଥିବା ସିଇଓ କହିଛନ୍ତି।

ସାରାଦେଶରେ ବଳବତ୍ତର ଥିବା ୭୭ ଦିନର ଆଦର୍ଶ ଆଚରଣ ବିଧିକୁ ଆଜିଠାରୁ ଭାରତ ନିର୍ବାଚନ କମିସନ ଉଠାଇ ଦେଇଛନ୍ତି। ଏ ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ କେନ୍ଦ୍ର କ୍ୟାବିନେଟ ସଚିବ, ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe