ଭୁବନେଶ୍ୱର: ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଲେ ରାଜ୍ୟ ମୁଖ୍ୟ ର୍ନିବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ୨୦୧୯ ସାଧାରଣ ର୍ନିବାଚନରେ ନବ ର୍ନିବାଚିତ ବିଧାୟକଙ୍କ ପୂର୍ଣ୍ଣାଙ୍ଗ ତାଲିକା ଓ ଫଳାଫଳ ସମ୍ବନ୍ଧରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ସିଇଓ। ସୂଚନା ମୁତାବକ, ରାଜ୍ୟ ମୁଖ୍ୟ ର୍ନିବାଚନ ଅଧିକାରୀ ଏବଂ ସ୍ୱତନ୍ତ୍ର ଟିମ୍ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି।
ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ର୍ନିବାଚନ ହୋଇଥିଲା। ତେବେ ଗତ ୨୩ ତାରିଖରେ ଫଳାଫଳ ଆସିବା ପରେ ଜାତୀୟ ର୍ନିବାଚନ କମିଶନଙ୍କ ଦ୍ୱାରା ଦିଆ ଯାଇଥିବା ବିଧିବଦ୍ଧ ବିଧାୟକ ତାଲିକାକୁ ରାଜ୍ୟପାଳଙ୍କୁ ଭେଟି ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ର୍ନିବାଚନ ଅଧିକାରୀ ସୁରେନ୍ଦ୍ର କୁମାର।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ସାଜିବାକୁ ଯାଉଥିବା ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇ ସାରିଛନ୍ତି। ଏଥିସହିତ ବିଜେଡିର ବିଧାୟକ ଦଳର ନେତା ୧୧୨ ଜଣ ବିଧାୟକଙ୍କ ତାଲିକା ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି।
Follow Us