ଫୁଲବାଣୀ ଡାକ ଡିଭିଜନ୍‌ରେ ଜାଲ ସାର୍ଟିଫିକେଟ୍‌ ମାମଲା: ୨୦୧୮ରୁ ନିଯୁକ୍ତ କର୍ମଚାରୀଙ୍କ ପ୍ରମାଣପତ୍ର ଯାଞ୍ଚ୍‌ ଚାଲିଛି

ଆଉ ଜଣେ ୬୦୦ରୁ ୬୦୦ ମାର୍କବାଲା ଜିଡିଏସ୍‌ ପ୍ରାର୍ଥୀ; ଆନ୍ଧ୍ରରେ ମାର୍କ ବର୍ଷା, ଓଡ଼ିଶା ପିଲା ଜଳକା

BharatKhabar.Com

ଫୁଲବାଣୀ: ୨୦୧୮ ମସିହା ପରଠାରୁ ନିଯୁକ୍ତି ପାଇଥିବା ସମସ୍ତ ଡାକ ବିଭାଗ କର୍ମଚାରୀଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରାଯାଉଛି ବୋଲି ଫୁଲବାଣୀ ପୋଷ୍ଟାଲ ଡିଭିଜନ୍‌ର ଡାକ ଅଧୀକ୍ଷକ ଦେବୀ ପ୍ରସାଦ ନାୟକ ଆଜି ସୂଚନା ଦେଇଛନ୍ତି। ୨୦୧୮ରୁ ବଲାଙ୍ଗୀର ନକଲି ସାର୍ଟିଫିକେଟ୍‌ ଘଟଣାର ପର୍ଦ୍ଦାଫାସ ହେବା ଠାରୁ ଆଜି ପର୍ଯ୍ୟନ୍ତ ଡାକ ବିଭାଗରେ ଚାକିରି କରିଥିବା ସମସ୍ତ କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି।

ଅନ୍ୟପକ୍ଷରେ, ନିକଟରେ ଡାକ ବିଭାଗ ପକ୍ଷରୁ ୩ଟି ବିଭାଗରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବ୍ରାଞ୍ଚ୍‌ ପୋଷ୍ଟ ମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଏବଂ ଗ୍ରାମୀଣ ଡାକ ସେବକ ପଦବି ପାଇଁ ଫୁଲବାଣୀ ଡିଭିଜନ୍‌ରେ ମୋଟ ୮୫ ଜଣ ପ୍ରାର୍ଥୀ ମନୋନୀତ ହୋଇଥିଲେ। ତେବେ ସେମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ୍‌ କରିବାକୁ ଡକାଯିବାରୁ ମାତ୍ର ୫୭ ଜଣ ଆସିଥିଲେ। ଏହି ୫୭ ଜଣ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ସମୟରେ ୬ ଜଣ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍‌ ନକଲି ବୋଲି ଜଣାପଡ଼ିଥିଲା। ତୁରନ୍ତ ଏହି ୬ ଜଣଙ୍କ ନାମରେ ଫୁଲବାଣୀ ଡାକ ଅଧୀକ୍ଷକଙ୍କ ପକ୍ଷରୁ ଟାଉନ୍‌ ଥାନାରେ ଏତଲା ଦିଆ ଯାଇଥିଲା। ତେବେ ବର୍ତ୍ତମାନ ଏହି ପ୍ରାର୍ଥୀମାନଙ୍କର ଦ୍ବିତୀୟ ଥର ପାଇଁ ସାର୍ଟିଫିକେଟ ଯାଞ୍ଚ୍‌ କରାଯାଉଛି ବୋଲି ଅଧୀକ୍ଷକ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe