ଭୂତଳ ବିଦ୍ୟୁତ ବ୍ୟବସ୍ଥା ଲାଗି ଭିତ୍ତିଭୂମି ନିର୍ମାଣ ପାଇଁ ସେସୁ ପାଖରେ ପର୍ଯ୍ୟାପ୍ତ ପାଣ୍ଠି ନାହିଁ, ବିଦ୍ୟୁତ ଚୋରି ସମସ୍ୟା ଜଟିଳ

ଭୂତଳ ବିଦ୍ୟୁତ ବ୍ୟବସ୍ଥା ଲାଗି  ଭିତ୍ତିଭୂମି ନିର୍ମାଣ ପାଇଁ ସେସୁ ପାଖରେ ପର୍ଯ୍ୟାପ୍ତ ପାଣ୍ଠି ନାହିଁ, ବିଦ୍ୟୁତ ଚୋରି ସମସ୍ୟା ଜଟିଳ

photo-t&d; world

ଭୁବନେଶ୍ୱର: ଭୂତଳ ବିଦ୍ୟୁତ ଯୋଗାଣ ଲାଗି ଭିତ୍ତିଭୂମି ନିର୍ମାଣ ପାଇଁ ସେସୁ ପାଖରେ ପର୍ଯ୍ୟାପ୍ତ ଟଙ୍କା ନାହିଁ | ଖୋଦ ଏହି କଥାକୁ ସ୍ୱୀକାର କରିଛନ୍ତି ସେସୁ ସିଏମଡି ତଥା ଆଇପିଏସ ଅଫିସର ଅରୁଣ ବୋଥ୍ରା | ଜଣେ ବ୍ୟକ୍ତିଙ୍କ ଟ୍ୱିଟରରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୋଥ୍ରା ଏଭଳି କହିଛନ୍ତି | ଟ୍ୱିଟରରେ ଜଣେ ବ୍ୟକ୍ତି ପ୍ରଶ୍ନ କରିଥିଲେ ଯେ ଉପକୂଳ ଅଂଚଳରେ ବିଶେଷ କରି ବାତ୍ୟା ପ୍ରଭାବିତ ଅଂଚଳରେ ଭୂତଳ ବିଦ୍ୟୁତ ବ୍ୟବସ୍ଥା କାହିଁକି ହୋଇପାରିନାହିଁ ? ଏହାର ଉତ୍ତର ଦେବାକୁ ଯାଇ ବୋଥ୍ରା କହିଥିଲେ ଯେ ଭୂତଳ ବିଦ୍ୟୁତ ବ୍ୟବସ୍ଥା ପୂର୍ବରୁ କରିଦିଆଯିବା କଥା କିନ୍ତୁ ସେସୁ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ |


ବିଦ୍ୟୁତ ଚୋରି ସମସ୍ୟା ଜଟିଳ ରୂପ ଧାରଣା କରିଛି, ଯେଉଁ ଅର୍ଥ ଏଥିରୁ ଆଦାୟ ହୋଇପାରନ୍ତା ତାହାକୁ ନୂତନ ନିର୍ମାଣରେ ବ୍ୟବହାର କରାଯାଇପାରନ୍ତା | ପ୍ରକୃତରେ ଅନ୍ୟ ଜଣେ ବ୍ୟକ୍ତି ପୁରୀ ସହରରେ ବିଦ୍ୟୁତ ଠିକ ଭାବେ ରହୁ ନଥିବାର ଅଭିଯୋଗ କରିଥିଲେ | ଏହାର ଉତ୍ତର ଦେବାକୁ ଯାଇ ବୋଥ୍ରା କହିଥିଲେ ଯେ ପୁରୀ ସହରରେ ବିଶେଷ କରି ଓଡ଼ିଶାରେ ପ୍ରଥମ ଥର ପାଇଁ ଭୂତଳ ବିଦ୍ୟୁତ ବ୍ୟବସ୍ଥା କରାଯାଇଛି | ଏଥିପାଇଁ କିଛି ସମୟ ଲାଗିବ |


ଏହାକୁ ନେଇ ଟ୍ୱିଟର ବ୍ୟବହାରକାରୀ ବୋଥ୍ରାଙ୍କୁ ବାତ୍ୟା ପ୍ରଭାବିତ ଅଂଚଳରେ କେବେ ଭୂତଳ ବିଦ୍ୟୁତ ବ୍ୟବସ୍ଥା ହେବ ବୋଲି ପ୍ରଶ୍ନ କରିଥିଲେ |ଜଟ ଯାହାର ଉତ୍ତର ରଖିବାକୁ ଯାଇ ବୋଥ୍ରା ସେସୁ ପାଖରେ ଅର୍ଥାଭାବ ବିଷୟରେ କହିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe